ଭୁବନେଶ୍ୱର ଆପୋଲୋ ହସ୍ପିଟାଲର ପଂଚମ ମହଲାରେ ନିଆଁ । ଧୂଆଁ ମୟ ହସ୍ପିଟାଲ ପରିସର, କାଚ ଭାଙ୍ଗି ରୋଗୀଙ୍କୁ ସ୍ଥାନାନ୍ତର କଲେ କର୍ମଚାରୀ

186

କନକ ବ୍ୟୁରୋ : ଆପୋଲୋ ମେଡିକାଲରେ ଅଗ୍ନିକାଣ୍ଡ । ଆଜି ସକାଳ ପ୍ରାୟ ୧୦ଟା ବେଳେ ହଠାତ ଆପୋଲ ହସ୍ପିଟାଲର ୫ମ ମହଲାରେ ଥିବା ଆଇସିୟୁ ପାଖରେ ନିଆଁ ଲାଗିଥିଲା। ସଙ୍ଗେ ସଙ୍ଗେ ହସ୍ପିଟାଲ କର୍ତ୍ତୃପକ୍ଷ ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ କରିବା ସହିତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ତେବେ ପ୍ରବଳ ଧୂଆଁ ଯୋଗୁଁ ପରିସ୍ଥିତି ଗମ୍ଭୀର ରହିବା କାରଣରୁ ରୋଗୀଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ଅଗ୍ନିଶମ ଅଧିକାରୀ ମାନେ କାଚ ଭାଙ୍ଗି ଭିତରେ ପ୍ରବେଶ କରି ରୋଗୀଙ୍କୁ ସୁରକ୍ଷିତ ଭାବରେ ଏମର୍ଜେନ୍ସି ଗେଟ୍ ଦେଇ ବାହାରକୁ ବାହାର କରିଥିଲେ ।

ତେବେ ଆଇସିୟୁରେ ଥିବା ରୋଗୀଙ୍କୁ ହ୍ୱିଲ ଚେୟାର ଏବଂ ଷ୍ଟ୍ରେଚର ଯୋଗେ ବାହାରକୁ ବାହାର କରାଯାଇଥିବା କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ। ସୂଚନା ମୁତାବକ, ଆଜି ଆପୋଲୋର ପଞ୍ଚମ ମହଲାରେ ହଠାତ୍ ନିଆଁ ଲାଗିଯାଇଥିଲା । ହସ୍ପିଟାଲ କର୍ତ୍ତୃପକ୍ଷ ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ କରିବା ସହିତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଏହାପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ଫଶି ରହିଥିବା ପ୍ରାୟ ୨୦ ଜଣ ରୋଗୀଙ୍କୁ ତଳକୁ ସୁରକ୍ଷିତ ଭାବରେ ଆଣିଥିଲେ।ତେବେ ପ୍ରବଳ ଧୂଆଁ ଏବଂ ଲିଫ୍ଟ ବନ୍ଦ ଥିବାରୁ ରୋଗୀମାନଙ୍କୁ ଷ୍ଟ୍ରେଚରରେ ବାନ୍ଧି ତଳକୁ ଅଣାଯାଇଥିଲା ।

ସୂଚନା ଯୋଗ୍ୟ ଯେ ଅନୁରୂପ ଭାବେ ୨୦୧୭ ମସିହାରେ ଅଗ୍ନିକାଣ୍ଡ ଘଟି ସମ୍ ହସ୍ପିଟାଲରେ ମଧ୍ୟ ବହୁ ରୋଗୀଙ୍କ ମୃତ୍ୟୁ ଘଟିଥିଲା।