ଏବେ ଉଦ୍ଧାରରେ କରି ପାରିବେ ରେଳ ଟିକେଟ୍ ! ଆଇଆରସିଟିସି ଆରମ୍ଭ କଲା ନୂଆ ସେବା

28

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏବେ ଉଦ୍ଧାରରେ କରି ପାରିବେ ଟିକେଟ୍ ବୁକିଂ । ଅର୍ଥାତ୍ ପ୍ରଥମେ ଟିକେଟ୍ ବୁକ୍ କରି ପରେ ପେମେଂଟ୍ କରିପାରିବେ । ଆଇଆରସିଟିସି ଆରମ୍ଭ କରିଛି ଏହି ନୂଆ ସେବା ।

ପାଂଚ ଦିନ ପୂର୍ବରୁ କରିବାକୁ ଟିକେଟ୍ ବୁକ୍ କରିବାକୁ ପଡିବ :
ଆଇଆରସିଟିସି ‘ବୁକ୍ ନାଓ ପେ ଲାଟର୍’ ସ୍କିମ୍ ଅନୁଯାୟୀ ଏହି ସୁବିଧା ଆରମ୍ଭ କରିଛି । ତେବେ ଏହି ସ୍କିମ୍ ଅନୁଯାୟୀ ଯାତ୍ରା ତାରିଖର ଠିକ୍ ୫ ଦିନ ପୂର୍ବରୁ ଟିକେଟ୍ ବୁକ୍ କରିବାକୁ ପଡିବ । ଆଉ ଏହି ଟିକେଟର ପେମେଂଟ୍ ଯାତ୍ରୀ ୧୪ ଦିନ ମଧ୍ୟରେ କରି ପାରିବେ । ହେଲେ ଏଥିପାଇଁ ଏକ ସର୍ତ୍ତ ରଖିଛି ଆଇଆରସିଟିସି । ଯାତ୍ରୀଙ୍କୁ ଟିକେଟର ୩.୫ ପ୍ରତିଶତ ଅତିରିକ୍ତ ଚାର୍ଜ ଦେବାକୁ ପଡିବ । ୧୫ ଦିନ ପୂର୍ବରୁ ଆରମ୍ଭ ହୋଇଥିବା ଏହି ସେବାକୁ ଏପର୍ଯ୍ୟନ୍ତ ମାତ୍ର ୫୦ ଜଣ ଲୋକ ବ୍ୟବହାର କରି ସାରିଛନ୍ତି ।

ଟିକେଟ୍ କରି ଟଙ୍କା ନଦେଲେ ପଡିବ ଜରିମାନା :
ଯଦି ଯାତ୍ରୀ ଟିକେଟ୍ କରି ୧୪ ଦିନ ମଧ୍ୟରେ ପେମେଂଟ୍ ନ କରେ ତେବେ ଜରିମାନା ପଡିବ । ପରିଣାମ ସ୍ୱରୂପ ଯାତ୍ରୀ ଜଣକ ସେ ଯାଏଁ ଟିକେଟ୍ କରି ପାରିବନି ଯେପର୍ଯ୍ୟନ୍ତ ବାକି ଟଙ୍କା ନଶୁଝିଛି । ଆଉ ବାରମ୍ବାର ଏପରି କରୁଥିବା ଯାତ୍ରୀର ଆକାଉଂଟ୍ ରଦ୍ଦ କରିଦେବ ଆଇଆରସିଟିସି ।