ଭାରତୀୟ ରେଳବାଇରେ ଚାକିରୀ କରିବାକୁ ଚାହୁଁଛନ୍ତି କି ? ତେବେ ବାହାରି ଯାଇଛି ବିଜ୍ଞପ୍ତି,ଏଭଳି କରନ୍ତୁ ଆବେଦନ ।

71

ଭାରତୀୟ ରେଳବାଇରେ ଚାକିରୀ କରିବା ପାଇଁ ଇଚ୍ଛୁକ ଅଛନ୍ତି କି ? ଯଦି ହଁ ତେବେ ଆପଣଙ୍କ ପାଇଁ ଆସିଯାଇଛି ସୁବର୍ଣ୍ଣ ସୁଯୋଗ । ସାଉଥ୍ ସେଣ୍ଟ୍ରାଲ୍ ରେଲୱେ ତରଫରୁ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ବାହାରିଯାଇଛି । ତେବେ କେଉଁ ପଦ୍ଧତିରେ ଆବେଦନ କରିବେ ତାହା ଜାଣିରଖନ୍ତୁ ।

ବିବରଣୀ : ଏଥିରେ ୪୧୦୩ ପ୍ରାର୍ଥୀଙ୍କ ପାଇଁ ନିଯୁକ୍ତି ବାହାରି ଯାଇଛି । ଯେଉଁଥିରେ ଏସସି ମେକାନିକଙ୍କ ପାଇଁ ୨୪୯ ପଦ,ଡିଜଲ ମେକାନିକଙ୍କ ପାଇଁ ୬୪୦ ପଦ,ଇଲେକ୍ଟ୍ରିକାଲ୍ ପଦବୀଙ୍କ ପାଇଁ ୧୮ ଟି ପଦବୀ, ଇଲେକ୍ଟ୍ରିସିୟନ୍ ପଦବୀ ପାଇ ୮୭୧ ଟି ପଦ,ଇଲେକ୍ଟ୍ରୋନିକ୍ ମେକାନିକ ପଦବୀ ପାଇଁ ୧୦୨ ଟି ପଦ ରହିଅଛି । ଫିଟର ପାଇଁ ୧୪୬୦ ପଦବୀ,ମସିନିଷ୍ଟ ପାଇଁ ୭୪,ଏମଏମଡବ୍ଲ୍ୟୁ ପାଇଁ ୨୪,ପେଣ୍ଟର ପାଇଁ ୪୦ ଏବଂ ବେଲ୍ଡର ପାଇଁ ୫୯୭ ପଦରେ ନିୟୁକ୍ତି ବାହାରି ଯାଇଛି । ଏମାନଙ୍କ ଦରମା ପଦବୀ ଅନୁସାରେ ଚୟନ କରାଯିବ ।

ବୟସ ସୀମା : ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ୨୪ ବର୍ଷ ହୋଇଥିବା ଆବଶ୍ୟକ । ତେବେ ଏସଟି ଏବଂ ଏସସି ପାଇଁ ୫ ବର୍ଷ ଏବଂ ଓବିସି ବର୍ଗଙ୍କ ପାଇଁ ୩ ବର୍ଷର ବୟସସୀମା ବୃଦ୍ଧି କରାଯାଇଛି ।

ଚୟନ ପ୍ରକ୍ରିୟା : ୧୦ମ ଏବଂ ଆଇଟିଆଇର ରେଜଲ୍ଟ ମୁତାବକ ପ୍ରାର୍ଥୀଙ୍କ ଚୟନ କାର୍ଯ୍ୟ ଆରମ୍ଭ ହେବ ।

ଆବେଦନର ଅନ୍ତିମ ତାରିଖ : ୧୭ ଜୁଲାଇ ୨୦୧୮ ।

ଆବେଦନ ଫିସ୍ : ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ୧୦୦ ଟଙ୍କାର ଫିସ୍ ଦେବାକୁ ପଡିବ ।