ରେଲୱେ ଟିକେଟ୍ ବୁକ୍ କଲେ ମିଳିବ କ୍ୟାସବ୍ୟାକ୍ ! ଜାଣନ୍ତୁ ଏହି ଉପାୟ

33

ଭାରତୀୟ ରେଲୱେ ଓ ଆଇଆରସିଟିସି ଆଣିଛି କ୍ୟାସବ୍ୟାକ୍ ଅଫର । ଆଆରସିଟସି ଏବେ ଅନଲାଇନ୍ ଟିକେଟ୍ ବୁକ କରୁଥିବା ଯାତ୍ରୀଙ୍କୁ ଦେବ କ୍ୟାସବ୍ୟାକ୍ । ଏଥିପାଇଁ ଆରଆରସିଟିସି ଏମଭିସା ପେମେଣ୍ଟ ସେବାକୁ ଆପଣାଇଛି । କ୍ୟାସବ୍ୟାକ୍ ସୁଯୋଗର ଲାଭ ଉଠାଇବା ପାଇଁ ଯାତ୍ରୀଙ୍କୁ ଏମଭିଜା ଜରିଆରେ ଟିକେଟର ପେମେଣ୍ଟ କରିବା ପାଇଁ ପଡିବ । ଯାତ୍ରୀଙ୍କୁ ଏଥି ପାଇଁ ମୋବାଇଲରେ ଏମଭିଜା ଆପ୍ ଡାଉନଲୋଡ କରିବା ପାଇଁ ପଡିବ ଏବଂ ସେଥିରେ ନିଜର ଡେବିଟ୍ ଓ କ୍ରେଡିଟ୍ କାର୍ଡକୁ ଲିଙ୍କ୍ କରିବା ପାଇଁ ପଡିବ ।

ଟିକଟ ବୁକ କଲେ କେମିିତି ମିଳିବ କ୍ୟାସବ୍ୟାକ୍ ?
ଏବେ ଟିକେଟ ବୁକିଂ ସମୟରେ ଗ୍ରାହକଙ୍କୁ ଆଆରସିଟିସିର ୱେବସାଇଟ ଏମବିଜା ଆପ ଜରିଆରେ ଏକ କୋଡ ‘କ୍ୱିଆର’ ସ୍କାନ କରିବା ପାଇଁ ପଡିବ । ପ୍ରକୃତକଥା ହେଲା ଆଇଆରସିଟିସି ୪ ଡିସେମ୍ବରରୁୁ ଏହି ଅଫର ଦେଉଛି । ଏହି ଅଫର ଅନୁସାରେ ଗ୍ରାହକ ଏମଭିଜା ସ୍କାନ କରି ଆଆରସିଟିସର ୱେବସାଇଟରୁ ଟିକେଟ ବୁକ କରୁଥିବା ଯାତ୍ରୀଙ୍କୁ ୫୦ ଟଙ୍କାର କ୍ୟାସବ୍ୟାକ୍ ମଳିବ ।

ଏମଭିଜାର ପେମେଣ୍ଟ ନେଇ ଆଇଆରସିଟିସିର ସିଏମଡି କହିଛନ୍ତି କି ଭାରତରେ ସବୁଠାରୁ ବଡ ଇ-କମର୍ସ ସଂସ୍ଥାନର ସଫଳତାର ବଡ ମନ୍ତ୍ର ହେଲା ନୂଆ ଟେକ୍ନୋଲୋଜିକୁ ଆପଣାଇବା ଓ ତା’ସହ ପାଦ ମିଳାଇିି ଚାଲିବା । ଏହାସହ ସେ କହିଛନ୍ତି ଦେଶରେ ସ୍ମାର୍ଟଫୋନ ବ୍ୟବହାରୀଙ୍କ ସଂଖ୍ୟାରେ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଏହାକୁ ଦେଖି ଦେଖି ଏମଭିଜା ମୋବାଇଲ ବେସଡ କମ୍ପାନୀ ଆଡ଼କୁ ଯାତ୍ରୀ ବଢ଼ିବା ସ୍ୱଭାବିକ ।