ମାସକୁ ୧୦,୦୦୦ ପର୍ଯ୍ୟନ୍ତ ଟଙ୍କା ରୋଜଗାର କରିବାର ସୁଯୋଗ ଦେଉଛି ଆଇଆରସିଟି ! ଜାଣନ୍ତୁ କେଉଁ ଉପାୟରେ ଆପଣ ଟଙ୍କା ପାଇବେ ?

26

ଆଇଆରସିଟିସ ଦେଉଛି ରୋଜଗାର କରିବାର ସୁଯୋଗ । ଘରେ ବସି ବସି ଆପଣ ୧୦,୦୦୦ ପର୍ଯ୍ୟନ୍ତ ଆୟ କରିପାରିବେ । ତେବେ ଏଥିପାଇଁ ଆପଣଙ୍କୁ ବିଶେଷ କିଛି କଷ୍ଟ କରିବା ପାଇଁ ପଡ଼ିବ ନାହିଁ । ଏପରି ଲାଭ ଉଠାଇବା ପାଇଁ ଆଧାର କାର୍ଡ଼କୁ ଆଇଆରସିଟିସି ସହ ଲିଙ୍କ୍ କରିବା ପାଇଁ ପଡ଼ିବ । ଆଇଆରସିଟିସିର ଏହି ଅଫର ଜୁନ ପର୍ଯ୍ୟନ୍ତ ରହିବ । ଏହାସହ ଆଇଆରସିଟିସି ଆପଣଙ୍କୁ ଆଉ ଏକ ଲାଭ ଦେବ ।

ଏବେ ଆପଣ ଗୋଟିଏ ମାସରେ ୧୨ଟି ରେଳ ଟିକେଟ୍ ବୁକ୍ କରିପାରିବେ । ଯେଉଁ ଲୋକଙ୍କ ଆକାଉଂଟ ଆଧାର ସହ ଲିଙ୍କ୍ ନାହିଁ ସେମାନେ କେବଳ ୬ ଟିକେଟ୍ ହିଁ ବୁକ୍ କରିପାରିବେ । ଏପରି ଆକର୍ଷକ ସ୍କିମକୁ ଆଇଆରସିଟିସି ‘ଲକି ଡ୍ର ସ୍କିମ’ ବୋଲି ନାମ ଦେଇଛି । ଏହି ସ୍କିମରେ ପ୍ରତି ମାସର ଦ୍ୱିତୀୟ ସପ୍ତାହରେ ଏକ ଲକି ଡ୍ର ବାହାର କରାଯିବ, ଯାହା କମ୍ପ୍ୟୁଟରାଇଜ ହୋଇଥିବ । ଏହି ସ୍କିମରେ ସାହାଯ୍ୟରେ ପ୍ରତି ମାସ ୫ ଜଣ ଲୋକଙ୍କୁ ୧୦,୦୦୦ ଲେଖାଏଁ ପ୍ରଦାନ କରିବ ଆଇଆରସିଟିସିକୁ ।

ଭାରତୀୟ ରେଳବାଇ ଅନୁସାରେ, ଆପଣ ଆଧାର ଲିଙ୍କ କରିବା ପରେ ଯେବେ ଆଇଆରସିଟସିି ଆକାଉଂଟରୁ ଟିକେଟ୍ ବୁକ୍ କିରିବେ, ଆପଣଙ୍କ ପିଏନଆର ନମ୍ବର ଏହି ସ୍କିମରେ ସାମିଲ ହୋଇଯିବ । ଆଉ ତା’ପରେ କମ୍ପ୍ୟୁଟର ସାହାଯ୍ୟରେ ପ୍ରତି ମାସ ୫ ଜଣ ବିଜେତା ଚୟନ କରାଯିବ । ଯେଉଁ ଯେଉଁ ମାସରେ ଆପଣ ଟିକେଟ୍ ବୁକିଂ କରିବେ ତାପର ଆସନ୍ତା ମାସର ପ୍ରଥମ ସପ୍ତାହରେ ଆପଣ ଜାଣିପାରିବେ ଆପଣ ବିଜେତା ହୋଇଛନ୍ତି କି ନାହିଁ । ବିଜେତାଙ୍କ ବିଷୟରେ ସବିଶେଷ ବିବରଣୀ ଆଇଆରସିଟିସି ସାଇଟରେ ମଧ୍ୟ ଉପଲବ୍ଧ ରହିବ । ଏବଂ ଆପଣଙ୍କ ପଞ୍ଚିକୃତ ମେଲ ଆଇଡ଼ିକୁ ମଧ୍ୟ ପଠାଯିବ । ସୂଚନାଯୋଗ୍ୟ ଏହି ସ୍କିମ୍ ଡିସେମ୍ବରରୁ ଆରମ୍ଭ ହୋଇସାରିଛି ।