ରେଳଯାତ୍ରୀଙ୍କ ପାଇଁ ଖୁସିଖବର ! ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଆଇଆରସିଟିସି ଆରମ୍ଭ କଲା ନୂଆ ସୁବିଧା,ଏବେ ଟ୍ରେନରେ ବି ମିଳିବ ବ୍ରତର ଖାଦ୍ୟ

31

କନକ ବ୍ୟୁରୋ :  ଯଦି ଆପଣ ପାର୍ବଣ ସମୟରେ ଟ୍ରେନ୍‌ରେ ଯାତ୍ରା କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସୀ ଖବର । ନବରାତ୍ରୀ ସମୟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଆଇଆର୍‌ସିଟିସି ସ୍ୱତନ୍ତ୍ର ଅଫର ନେଇ ଆସିଛି । ନବରାତ୍ରୀରେ ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ବ୍ରତର ଖାଇବା ବି ମିଳିବ । ନବଯାତ୍ରୀ ସମୟରେ ବ୍ରତ ରଖିଥିବା ଯାତ୍ରୀଙ୍କୁ ଯେପରି କୌଣସି ଅସୁବିଧା ନହୁଏ ସେନେଇ ଏହି ସବୁଧା ଉପଳବ୍ଧ କରାଇଛି ଆଇଆର୍‌ସିଟିସି । ବ୍ରତ ସମୟରେ ଯେଉଁ ସବୁ ଖାଦ୍ୟ ଖିଆ ଯାଇଥାଏ ରେଳବାଇ ଦୁର୍ଗାପୂଜା ପର୍ଯ୍ୟନ୍ତ ସେସବୁ ସୁବିଧା ଟ୍ରେନ୍‌ରେ ଉପଲବ୍ଧ କରାଇବ। ଏପରି କ୍ଷେତ୍ରରେ ଆପଣ ସମ୍ପୂର୍ଣ୍ଣ ନବରାତ୍ରୀ ଯଦି ଟ୍ରେନ୍‌ରେ ଯାତ୍ରା କରିବେ ଫଳହାର ଆଦି ଖାଦ୍ୟ ସୁବିଧାରେ ମଗାଇ ପାରିବେ ।

ଆଇଆର୍‌ସିଟିସି ନିଜର ଇ-ମେନୁରେ ବି ବ୍ରତର ଖାଇବା ସାମିଲ କରି ଦେଇଛି । ଏହି ସ୍ପେଶାଲ ଖାଦ୍ୟ ବଛାବଛା ରେଲେଓ୍ଵ ଷ୍ଟେସନ୍‌ରେ ଉପଲବ୍ଧ ହେବ । ଏହି ସୁବିଧା ନାଗପୁର, ଅମ୍ବାଲା, ଜୟପୁର, ଇଟାରସି, ଝାନ୍ସି, ନାସିକ୍‌, ରତଲାସ୍‌, ଦୌଣ୍ଡ, ମଥୁରା, ନିଜାମୁଦ୍ଦିନ୍‌ ଓ ଲକ୍ଷ୍ମୌ ଷ୍ଟେସନ୍‌ରେ ମିଳିବ । ଆପଣ ଟ୍ରେନ୍‌ରେ ବସିବସି ଇ-ମେନୁରୁ ବ୍ରତର ଖାଦ୍ୟ ଅର୍ଡର କରି ପାରିବେ ।