ରେଳବାଇର ନୂଆ ନିୟମ : ଏବେ ବନ୍ଧୁଙ୍କ ନାମରେ କରିପାରିବେ ଟିକେଟ ଟ୍ରାନ୍ସଫର, ଜାଣନ୍ତୁ କେମିତି

59

ରେଳ ଯାତ୍ରୀ ଏବେ ନିଜର ବନ୍ଧୁଙ୍କ ନାମରେ ବି ଟ୍ରାନ୍ସଫର କରିପାରିବେ ଟିକେଟ । ଜରୁରୀକାଳୀନ ପରିସ୍ଥତିରେ ଛାତ୍ରମାନେ, ଏନସିସି କ୍ୟାଡେଟ ଓ ବିଭିନ୍ନର କର୍ମଚାରୀଙ୍କୁ ଏହି ସୁବିଧା ମିଳିବ । ଯାତ୍ରୀଙ୍କ ସହକର୍ମୀ ଓ ବନ୍ଧୁଙ୍କ ନାମରେ ଟିକେଟ ବଦଳାଇବାର ଉଚିତ କାରଣ ରେଳବାଇକୁ କହିବାକୁ ପଡିବ । ସେଠି ବନ୍ଧୁ ବା ସହକର୍ମୀ ହେବାର ପ୍ରମାଣ ବି ଦେବାକୁ ବି ପଡିବ । ରେଲୱେରେ ପୂର୍ବରୁ ରକ୍ତ ସଂପର୍କ ଯାତ୍ରୀଙ୍କୁ ଟିକେଟ ଟ୍ରାନ୍ସଫର କରିବାର ନିୟମ ଅଛି । କିନତୁ ରେଳବାଇ ଯାତ୍ରୀଙ୍କ ପରାମର୍ଶ ଓ ଅସୁବଧା ଦେଖି ପୁଣି ଥରେ ସୁଧାର ଆଣିଛନ୍ତି । ଏଥିରେ ଟାଟାନଗର ଓ ଚକ୍ରଧରପୁର ମଣ୍ଡଳ ସମେତ ଦକ୍ଷିଣ-ପୂର୍ବ ଜୋନରେ ପ୍ରତିଦିନ ଶହ ଶହ ଯାତ୍ରୀଙ୍କୁ ସୁବିଧା ହେବ ।

୪୮ ଘଣ୍ଟା ପୂର୍ବରୁ କରିବାକୁ ପଡିବ ଆବେଦନ : ସହକର୍ମୀଙ୍କ ବା ବନ୍ଧୁଙ୍କ ନାମରେ ଟିକେଟ ଟ୍ରାନ୍ସଫର କରାଇବା ପାଇଁ ଯାତ୍ରୀଙ୍କୁ ଟ୍ରେନ ସମୟର ୪୮ ଘଣ୍ଟା ପୂର୍ବରୁ ସଂରକ୍ଷଣ ସୁପରଭାଇଜରଙ୍କୁ ଆବେଦନ କରିବାକୁ ହେବ । ଆବେଦନ ପରେ ନୂଆ ସୁବିଧାର ଲାଭ ମିଳିବ ।