ରେଲୱେ କୋଚ୍ ର ନବକଳେବର ! ମିଳିବ ବେଡରୁମ, ଲାଉଞ୍ଜ ଏବଂ କିଚେନର ସୁବିଧା ।

42

ଦୁଇଟି ବେଡରୁମ, ସଂଯୋଗ ହୋଇଥିବା ଟଏଲେଟ୍, ଏକ ଲାଉଞ୍ଜ, ଗୋଟିଏ କିଚେନ ଏବଂ ପେନ୍ଟ୍ରି । ଏହି ବିବରଣୀ କୌଣସି ହୋଟେଲର ନୁହେଁ ବରଂ ଭାରତୀୟ ରେଳ ବିଭାଗର ସ୍ୱତନ୍ତ୍ର କୋଚ୍ ର ଅଟେ । ଯାହାକୁ ପ୍ରଥମ ଥର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି । ଏହାକୁ ସେଲୁନ କୋଚ କୁହାଯାଇଥାଏ । ପାଖାପାକି ୨ଲକ୍ଷ ଟଙ୍କା ଭଡାରେ ଏହାର ସେବା ନିଆଯାଇପାରିବ । ଆସନ୍ତୁ ଜାଣିବା ଏହାର ଖାସ କଥା ।

IRCTC ଏଭଳି ପ୍ରଥମ ସେବା ପୁରୁଣା ଦିଲ୍ଲୀ ଷ୍ଟେସନରୁ ଆରମ୍ଭ କରିଛି । ପ୍ରାଇଭେଟ ଟୁର କମ୍ପାନୀର ୬ଜଣ ଯାତ୍ରୀ ଏଥିରେ ଯାତ୍ରା କରିଛନ୍ତି । ଏହି କୋଚ ଗୁଡିକରେ ଏମିତି ସୁବିଧା ରହିଛି କି ଦୁଇଟି ପରିବାର ୫ ଦିନ ପର୍ଯ୍ୟନ୍ତ ଏଥିରେ ଆରାମରେ ରହିପାରିବେ । ଏଥିରେ ଗୋଟିଏ ଲିଭିଙ୍ଗ ରୁମ ଏବଂ ଦୁଇଟି AC ବେଡରୁମ ରହିଛି ।

IRCTCର ୱେବସାଇଟ ରେ ସେଲୁନ କୋଚ ବିଷୟରେ ଅଧିକ ସୂଚନା ଦିଆଯାଇଛି । ଆଉ ଏଥିରେ ବୁକ କରାଯାଇପାରିବ ।

ବିଭିନ୍ନ ରେଲୱେ ଜୋନରେ ସମୁଦାୟ ୩୩୬ଟି ସେଲୁନ କୋଚ ରେଲୱେ ପାଖରେ ଅଛି । ଏଥିରୁ ୬୨ଟି AC କୋଚ ଅଟେ ।

ତେବେ ଚଳିତବର୍ଷ ଜାନୁଆରୀ ମାସରେ ଏହି ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ସେବାକୁ ପ୍ରଥମେ ପ୍ରାଇଭେଟ ଟୁର କମ୍ପାନୀ ବୁକ କରିଛି । ୪ଦିନର ଯାତ୍ରା ସରିବା ପରେ ଏହି ଟ୍ରେନଟି ପୁଣି ଦିଲ୍ଲୀରେ ପହଞ୍ଚିବ ।