ଟ୍ରେନରେ ମିଳୁଥିବା ଖାଦ୍ୟ-ପାନୀୟର ସଠିକ୍ ମୂଲ୍ୟ ଜାଣିପାରୁ ନାହାଁନ୍ତି କି ? ଏଣିକି ଟିକେଟରୁ ଜାଣି ପାରିବେ ଟ୍ରେନରେ ମିଳୁଥିବା ଖାଦ୍ୟ ଓ ପାନୀୟର ସମ୍ପୂର୍ଣ୍ଣ ତାଲିକା, ଜାଣନ୍ତୁ କାହାର ମୂଲ୍ୟ କେତେ ?

41

ଟ୍ରେନରେ ଯାତ୍ରା କରୁଥିବା ସମୟରେ ଯାତ୍ରୀଙ୍କୁ ନିର୍ଦ୍ଧାରିତ ମୂଲ୍ୟରୁ ଅଧିକ ଟଙ୍କାରେ ଖାଦ୍ୟ ଓ ପାନୀୟ ମିଳିଥାଏ। ଅନେକ ଥର ଖାଦ୍ୟ ଓ ପାନୀୟର ସଠିକ୍ ମୂଲ୍ୟ ବିଷୟରେ ଆମକୁ ଜଣା ନଥାଏ । ଏହି ସମସ୍ୟାର ସମାଧାନ ପାଇଁ ଆଇଆରସିଟିସି ଏକ ନୂଆ ଯୋଜନା ଆରମ୍ଭ କରିଛି। ଆଇଆରସିଟିସିର ୱେବସାଇଟରେଏବେ ଅନଲାଇନ୍ ଟିକେଟ ବୁକ୍ କରିବା ପରେ ଆପଣଙ୍କୁ ଯେଉଁ ପ୍ରିଣ୍ଟ ଉପଲବ୍ଧ ହେବ, ସେଥିରେ ଖାଦ୍ୟ ଓ ପାନୀୟର ସମ୍ପୂର୍ଣ୍ଣ ତାଲିକା ରହିବ। ଏଥିସହିତ ଶେଷରେ ଖାଦ୍ୟ ଓ ପାନୀୟର ମୂଲ୍ୟ ବି ସୂଚିତ ହେବ।

ତେବେ ଟ୍ରେନରେ ମିଳୁଥିବା ଖାଦ୍ୟ ଓ ପାନୀୟର ସଠିକ୍ ମୂଲ୍ୟ ଜଣା ନପଡ଼ୁଥିବା ହେତୁ ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷତା ଦେଖା ଦେଉଥିଲା। ଏଭଳି ଯୋଜନା ଦ୍ୱାରା ଯାତ୍ରୀଙ୍କୁ ଏନେଇ ଆଉ ଅସୁବିଧା ପରିଲକ୍ଷିତ ହେବ ନାହିଁ ସେମାନେ ସମସ୍ତ ଖାଦ୍ୟ ଓ ପାନୀୟର ମୂଲ୍ୟକୁ ସଠିକ୍ ଭାବେ ଜାଣି ପାରିବେ ଓ ସେମାନଙ୍କଠାରୁ ଆଉ କେହି ଅଧିକ ଟଙ୍କା ନେଇ ପାରିବେ ନାହିଁ।

ଟ୍ରେନରେ ମିଳୁଥିବା ଖାଦ୍ୟ ଓ ପାନୀୟର ସମ୍ପୂର୍ଣ୍ଣ ତାଲିକା ଓ ମୂଲ୍ୟ :

• ଟି ବ୍ୟାଗ୍ ସହିତ ଚା’ କିମ୍ବା କଫି: ୭ଟଙ୍କା

• ଏକ ଲିଟର ପାଣି ବୋତଲ : ୧୫ଟଙ୍କା

• ଅଧଲିଟର ପାଣି ବୋତଲ ; ୧୦ଟଙ୍କା

• ଭେଜ ବ୍ରେକଫାଷ୍ଟ(ବ୍ରେଡ ବଟର ଓ କଟଲେଟ) : ୩୦ଟଙ୍କା

• ଭେଜ ବ୍ରେକଫାଷ୍ଟ (ଇଡଲି ଓ ବରା) : ୩୦ଟଙ୍କା

• ନନଭେଜ ବ୍ରେକଫାଷ୍ଟ (ଆମଲେଟ) : ୩୫ଟଙ୍କା

ଲଞ୍ଚ/ଡିନର :

ଭେଜ୍ : ଭାତ, ପରଟା/ରୁଟି, ଡାଲି/ ସାମ୍ବର, ମିକ୍ସ ଭେଜ, ଆଚାର ଓ ପାଣି: ୫୦ଟଙ୍କା

ନନଭେଜ୍ : ଭାତ, ପରଟା/ରୁଟି, ଡାଲି/ସାମ୍ବର, ଅଣ୍ଡା ତରକାରୀ, ଆଚର, ପାଣି: ୫୫ଟଙ୍କା