ଭାରତୀୟ ରେଳବାଇର ନୂଆ ଯୋଜନା . . . . ଜାଣନ୍ତୁ କିପରି ଟିକେଟ୍ ବୁକ୍ କଲେ ଫେରସ୍ତ ପାଇବେ ପୁରା ଟଙ୍କା

51

ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ନିୟମିତ ବ୍ୟଧାନରେ କିଛି ନାଁ କିଛି ପରିବର୍ତ୍ତନ କରୁଛି । ଅଧିକ ଲୋକ କିପରି ଟ୍ରେନରେ ଯାତ୍ରା କରିବେ ସେ ନେଇ ମଧ୍ୟ ବିଶେଷ ଧ୍ୟାନ ଦେଉଛି ଭାରତୀୟ ରେଳବାଇ । ତେବେ ଶୀତ ଦିନରେ ଉତ୍ତର ଭାରର ପ୍ରାୟ ରେଳଯାତ୍ରୀ ଭାରତୀୟ ରେଳ ଉପରେ ଅସନ୍ତୁୁଷ୍ଟ ଅଛନ୍ତି । ଏହାର ପ୍ରମୁଖ କାରଣ ହେଲା ଟ୍ରେନ୍ ଯାତ୍ରାରେ ବିଳମ୍ବ । ତେବେ ଯେଉଁମାନେ ଟ୍ରେନ ବିଳମ୍ବ ହେଲେ ଅସୁବିଧା ଭୋଗୁଛନ୍ତି, ତାଙ୍କ ପାଇଁ ଆଇଆରସିଟିସି ଖୁସି ଖବର ନେଇ କି ଆସିଛି । ଅନଲାଇନ ଟିକେଟ ବୁକ କରୁଥିବା ଯାତ୍ରୀଙ୍କ ପାଇଁ ଆଇଆରସିଟିସି ଏକ ନୂଆ ଯୋଜନା ଆଣିଛି, ଯଦ୍ୱାରା ଆପଣ ଟିକେଟ୍ ବୁକ୍ କରାଇ ପୁରା ଟଙ୍କା ଫେରସ୍ତ ପାଇପାରିବେ ।

 

 

 

 

 

 

 

 

 

 

 

 

ସୂଚନା ଅନୁସାରେ ରେଳୱେ କାଉଣ୍ଟରରେ ଭିଡ଼କୁ କମ କରିବା ପାଇଁ ଓ କ୍ୟାସଲେସ୍ ନେଣଦେଣକୁ ଉତ୍ସାହିତ କରିବା ପାଇଁ ଆଇଆସିଟିସି ଲଂଚ କରିଛି ନୂଆ ଯୋଜନା । ଯେଉଁଥିରେ କିଛି ବଛା ବଛା ଗ୍ରାହକଙ୍କୁ ତାଙ୍କ ଟିକଟେ୍ ଉପରେ ପୁରା କ୍ୟାସବ୍ୟାକ୍ ମିଳିବ ।

କିପରି ମିଳିବ କ୍ୟାସବ୍ୟାକ୍ ?
୧. ଟିକେଟ ବୁକିଂ ଉପରେ କ୍ୟାସବ୍ୟାକ୍ ପାଇବା ପାଇଁ ଗ୍ରାହକଙ୍କୁ ଆଇଆରସିଟିସି ୱେବସାଇଟ୍ ଯାଇ ଟିକେଟ ବୁକ୍ କରିବା ପାଇଁ ପଡ଼ିବ ।

୨. ଅନଲାଇନ୍ ଟିକେଟ ବୁକ୍ କରିବା ସମୟରେ ୟୁଜରଙ୍କୁ ଭିମ୍ ଓ ୟୁପିଆଇ ଆପ୍ ଦ୍ୱାରା ଏହାର ପେମେଂଟ କରିବା ପାଇଁ ପଡ଼ିବ ।

୩. ଏହି ପ୍ରକ୍ରିୟାରେ ଅନଲାଇନ୍ ଟିକେଟ୍ ବୁକ୍ କଲେ ଗ୍ରାହକଙ୍କ ମଧ୍ୟରୁ ପ୍ରତି ମାସରେ ୫ ଜଣ ଭାଗ୍ୟଶାଳୀ ଗ୍ରାହକ ତାଙ୍କ ଟିକେଟର ପୁରା ଟଙ୍କା ଫେରସ୍ତ ପାଇବେ ।

୪. ଲଟେରୀ ମାଧ୍ୟରେ ହିଁ ପ୍ରତି ମାସ ୫ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ଚୟନ କରାଯିବ । ଇମେଲ ଜରିଆରେ  ଗ୍ରାହକଙ୍କୁ ସୂଚିତ କରାଯିବ ।

ଆଇଆରସିଟିସର ଏହି କ୍ୟାସବ୍ୟାକ୍ ଅଫର ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ମିଳିବ । ଏହାର ଅର୍ଥ ଆପଣଙ୍କ ପାଖରେ ଅଛି ପୁରା ୩ ମାସ ସମୟ । ଆପଣ ବି ହୋଇପାରନ୍ତି ଭାଗ୍ୟଶାଳୀ ବିଜେତା । ଏହାପରେ ମଧ୍ୟ ଆଇଆରସିଟିର ଯୋଜନାକୁ ଆଉ ବୃଦ୍ଧି କରିବାର ସମ୍ଭାବନା ରହିଛି । ସୂଚନାଯୋଗ୍ୟ ଭିମ୍ ଓ ୟୁପିଆଇ ପେମେଣ୍ଟ ପାଇଁ ୨୦୧୭ରେ ବହୁ ଯାତ୍ରୀ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇ ଏହାର ସୁବିଧା ଉଠାଇଛନ୍ତି ।