ଏଣିକି ରେଳ ଷ୍ଟେସନ୍‌ ଓ ଟ୍ରେନରେ ମିଳିବ ଉନ୍ନତ ମାନର ଖାଦ୍ୟ ! ନୂଆ ନିୟମ ଲାଗୁ କରିବ ଆଇଆରସିଟିସି

33

କନକ ବ୍ୟୁରୋ : ରେଳ ଷ୍ଟେସନ୍‌ ଓ ଟ୍ରେନମାନଙ୍କରେ ଉପଲବ୍ଧ ହେଉଥିବା ଖାଦ୍ୟର ମାନ ବଢାଇବା ପାଇଁ ନୂଆ ବ୍ୟବସ୍ଥା କରିବ ଆଇରସିଟିସି । ନିମ୍ନ ମାନର ଖାଦ୍ୟ ସେବା ନେଇ କମ୍ପ୍ରୋଟଲର୍‌ ଆଣ୍ଡ୍‌ ଅଡିଟର୍‌ ଜେନେରାଲ୍‌ (ସିଏଜି) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ଆଇରସିଟିସି ଏଭଳି ନିଷ୍ପତି ନେଇଥିବା ପ୍ରକାଶ କରିଛି ରେଳ ମନ୍ତ୍ରାଳୟ ।

ଗତକାଲି ସିଏଜି ଏ ନେଇ ଏକ ରିପୋର୍ଟ ପ୍ରଦାନ କରିଥିଲା । ଯେଉଁଥିରେ ଷ୍ଟେସନ୍‌ ଓ ଟ୍ରେନରେ ମିଳୁଥିବା ଖାଦ୍ୟ ଖାଇବା ଉପଯୋଗୀ ନୁହେଁ ବୋଲି ରିପୋର୍ଟରେ ପ୍ରକାଶ କରାଯାଇଥିଲା । ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ୨୦୧୭ ମସିହାର ନୂଆ ନିୟମ ମୁତାବକ ଆଇଆରସିଟିସି ଏହି ନୂତନ ଧରଣର ଖାଦ୍ୟ ସେବାକୁ ମୋବାଇଲ୍‌ ଜରିଆରେ ଚଳାଇବ।