୭୫୬୦ ଟଙ୍କାରେ କରିପାରିବେ ଭାରତ ଦର୍ଶନ ! ଆଇଆରସିଟିସିର ନୂଆ ଯୋଜନା, ଜାଣନ୍ତୁ କିପରି କରିବେ ବୁକିଂ ।

53

ଖରାଦିନ ଛୁଟିରେ ଯଦି ଆପଣ କେଉଁଆଡେ ବୁଲିବାକୁ ଯିବା ପାଇଁ ଚାହୁଁଛନ୍ତି ତେବେ ଆଇଆରଟିସି ଆପଣଙ୍କ ପାଇଁ ଆଣିଛି ଏକ ନୂଆ ଯୋଜନା । ରେଲୱେ କେଟରିଙ୍ଗ ଆଣ୍ଡ ଟୁରିଜିମ କର୍ପୋରେସନ ଲିମିଟେଡ ଭାରତ ଦର୍ଶନ ଆଣିଛି ଏକ ନୂଆ ଯୋଜନା । ଏହି ଯୋଜନା ଅନୁସାରେ ୭ ରୁ ୮ ଦିନ ମଧ୍ୟରେ ଆପଣ ସାରା ଭାରତ ପରିଦର୍ଶନ କରିପାରିବେ । ଏହାକୁ ବୁକିଂ କରିବା ପାଇଁ ମେ ୯ ତାରିଖରୁ ମେ ୧୬ ତାରିଖ ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ କରାଯାଇଛି । ଟିକେଟ ବୁକ କରିବା ପାଇଁ ମାତ୍ର ୭୫୬୦ ଟଙ୍କା ଲାଗିବ । ଯଦି ଏହାର ଲାଭ ଉଠାଇବା ପାଇଁ ଚାହୁଁଛନ୍ତି ତେବେ ଆଇଆରସିଟିସି ୱେବସାଇଟକୁ ଯାଇ ଟିକେଟ ବୁକିଂ କରିପାରିବେ ।

ସୂଚନା ଅନୁଯାୟୀ, ଭାରତ ପରିଦର୍ଶନ କରିବାକୁ ଚାହୁଁଥିବା ବ୍ୟକ୍ତିବିଶେଷ ଆଇଆରସିଟିସି ୱେବସାଇଟକୁ ଯାଇ ଟିକେଟ ବୁକ କରିପାରିବେ । ଏହି ଯାତ୍ରା ମାତ୍ର ୮ ଦିନ ପାଇଁ ରହିବ । ଏହି ୮ ଦିନ ମଧ୍ୟରେ ଆପଣ ମଥୁରା, ଆଗ୍ରା, ହରିଦ୍ୱାର, ଋିଷିକେଶ, ଅମୃତସର, ବେର୍ଣ୍ଣୋଦେବୀ ଇତ୍ୟାଦି ସ୍ଥାନ ପରିଦର୍ଶନ କରିପାରିବେ । କେବଳ ସେତିକି ନୁହେଁ ଯାତ୍ରା ସମୟରେ ଟ୍ରେନରେ ସକାଳର ଟିଫିନ , ମଧ୍ୟାନ ଭୋଜନ , ଏବଂ ରାତ୍ରୀ ଭୋଜନର ବ୍ୟବସ୍ଥା ମଧ୍ୟ ଉପଲବ୍ଧ ରହିଛି । ଏହା ବ୍ୟତୀତ ଦର୍ଶନୀୟ ସ୍ଥାନ ମାନଙ୍କରେ ବୁଲିବା ପାଇଁ ବସ ବ୍ୟବସ୍ଥା ଏବଂ ସୁରକ୍ଷା ବ୍ୟବସ୍ଥା ମଧ୍ୟ ରହିଛି ।

କିପରି କରିବେ ବୁକିଂ :

ଆଇଆରସିଟିସି ତରଫରୁ ମିଳିଥିବା ଏହି ଅଫରର ଲାଭ ଉଠାଇବା ପାଇଁ ରେଲୱେ ୱେବସାଇଟ ଆଇଆରସିଟିସି ଡଟ୍ କମ୍ କୁ ଯାଇ ଅନଲାଇନରେ ଟିକେଟ ବୁକ କରିପାରିବେ । ଏହି ପ୍ୟାକେଜର କୋଡ WZBD୨୨୭ । ଆପଣ ଚାହିଁଲେ ଅଫଲାଇନ ମଧ୍ୟ ଏହି ଟିକେଟ ବୁକ କରିପାରିବେ । ଅଫଲାଇନ ବୁକିଂ କରିବା ପାଇଁ ଟୁରିଷ୍ଟ ଫାସଲିଟିଜ ସେଣ୍ଟର, ଜୋର୍ନାଲ ଅଫିସ କିମ୍ବା ରିଜିଓନାଲ ଅଫିସକୁ ଯାଇ ମଧ୍ୟ ବୁକିଂ କରିପାରିବେ । ଏହି ଟ୍ରେନ ସକାଳ ୬ଟା ରେ ରାଜକୋର୍ଟରୁ ଯାତ୍ରା ଆରମ୍ଭ କରିବ । ଏହି ଟ୍ରେନ ବୁକ କରିବା ପାଇଁ ଆପଣଙ୍କୁ ଅନଲାଇନରେ ମାତ୍ର ୭୫୬୦ ଟଙ୍କା ଦେବାକୁ ପଡିବ । ଏବଂ ଯାତ୍ରା ସମୟରେ ଆପଣଙ୍କ ପରିଚୟ ପତ୍ର ମଧ୍ୟ ଆବଶ୍ୟକ ରହିବ । ଯେପରିକି ଆଧାର କାର୍ଡ , ଭୋଟର ଆଇଡି , ଡ୍ରାଇଭିଂ ଲାଇସେନ୍ସ ଇତ୍ୟାଦି ।