ସୁନ୍ଦରଗଡ ଏସପି ଓ ତାଙ୍କ ଟିମ୍ ବିରୋଧରେ ସାଙ୍ଘାତିକ ଅଭିଯୋଗ। ଘରେ ଘରେ ପଶି ମହିଳା ଓ ଶିଶୁଙ୍କୁ ପୁଲିସ ମାଡ ମାରିଥିବା ଅଭିଯୋଗ

କନିକାରେ ଦୁର୍ଘଟଣାକୁ ନେଇ ତୁମୁଳକାଣ୍ଡ; ଫାଣ୍ଡି ପରିସରରେ ଉତ୍ୟକ୍ତ ଲୋକଙ୍କ ଭଙ୍ଗାରୁଜା

311

କନକ ବ୍ୟୁରୋ: ସୁନ୍ଦରଗଡରେ ଅଭାବନୀୟ ଘଟଣା । ଏକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକେ ଏବଂ ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ପୋଲିସ ଆଲୋଚନା ପାଇଁ ମନା କରିବାକୁ ଉତ୍ୟକ୍ତ ଲୋକେ ଫାଣ୍ଡି ପରିସରରେ ଭଙ୍ଗାରୁଜା କରିଥିଲେ । ପରେ ପୋଲିସ ପ୍ରାୟ ୩୦ରୁ ୪୦ ଘରେ ପଶି ନିଦରୁ ଉଠାଇ ଲୋକଙ୍କୁ ମାଡ ମାରିଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏସବୁ କିଛି ଚାଲିଥିଲା ଏସପିଙ୍କ ଉପସ୍ଥିତିରେ । ପୁଲିସର ମାଡରୁ ବର୍ତ୍ତିପାରିନଥିଲେ ମହିଳା, ଶିଶୁ ଏବଂ ଗର୍ଭବତୀ । ଆଉ ଏ ସମ୍ପର୍କରେ ଏସପିଙ୍କ ପଚାରିବାରୁ , ସେ କହିଥିଲେ ଲୋକମାନେ ଆଇନର ଆଶ୍ରୟ ନିଅନ୍ତୁ ।

ଦୁର୍ଘଟଣାକୁ ନେଇ ତୁମୁଳକାଣ୍ଡ । ପୁଲିସ-ଜନତା ମୁହାଁମୁହିଁ । ପ୍ରଥମେ ଫାଣ୍ଡି ଭିତରେ ପଶି ଲୋକେ ଗାଡି ଭାଙ୍ଗିଲେ, ଟେକା ପଥର ମାଡ କଲେ । ଆଉ ପରେ ପୁଲିସ ବର୍ବରତାର ସୀମା ଟପିଥିଲା । ସୁନ୍ଦରଗଡ ଏସପିଙ୍କ ବିରୋଧରେ ଆସିଛି ମାଡ ମାରିବାର ସାଂଘାତିକ ଅଭିଯୋଗ । ଜଣେ ଗର୍ଭବତୀ ମହିଳାଙ୍କୁ ମାଡ ମାରିବା ଅଭିଯୋଗ ରହିଛି ଏସପି ସୌମ୍ୟା ମିଶ୍ର ଓ ତାଙ୍କ ଟିମ ନାଁରେ । ସୂଚନା ଅନୁଯାୟୀ ହେମଗିରି ବ୍ଲକ କନିକାଠାରେ ଗତ ୨ତାରିଖରେ ସଡକ ଦୁର୍ଘଟଣାରେ ଜଣେ ଯୁବକ ପ୍ରାଣ ହରାଇଥିଲେ । ପରେ ପୁଲିସର ନିଷ୍କ୍ରିୟତାକୁ ନେଇ ହିଂସାକାଣ୍ଡ ଘଟିଥିଲା ।

ଦୁର୍ଘଟଣା ଘଟାଇଥିବା ଏକ ସ୍କର୍ପିଓ ଗାଡିକୁ ପୁଲିସ ଛାଡିଦେବା ପରେ ତାତି ଉଠିଥିଲେ ଲୋକେ । ଗତ ବୁଧବାର ଥାନା ଅଧିକାରୀଙ୍କ ସହ ଏ ବାବଦରେ ଆଲୋଚନା କରିବା ପାଇଁ ଦାବି କରିଥିଲେ ଲୋକେ । ହେଲେ କୌଣସି ଥାନା ଅଧିକାରୀ ଆସିନଥିଲେ । ଏହାପରେ ଲୋକେ ଆଇଇ ହାତକୁ ନେଇଥିଲେ ଉତ୍ୟକ୍ତ ଜନତା । କନିକା ଫାଣ୍ଡିରେ ଭଙ୍ଗାରୁଜା କରିବା ସହ ଟେକାପଥର ମାଡ କରିଥିଲେ । କିଛି ସମୟର ନିରବତା ପରେ ପୋଲିସ ଲୋକଙ୍କ ଘରେ ପଶି ମାରପିଟ କରିଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁସାରେ, ଲୋକେ ଶୋଇଥିବାବେଳେ ଘରର କବାଟ ଭାଙ୍ଗି ଘର ଭିତରେ ପଶି ଗାଳିଗୁଲଜ ଓ ମାଡ ମାରିଥିଲା ପୋଲିସ । ଗର୍ଭବତୀ ମହିଳା ଓ ଶିଶୁ ମଧ୍ୟ ଏଥିରୁ ବାଦ ପଡିନଥିଲେ ବୋଲି ଲୋକେ ଅଭିଯୋଗ କରିଛନ୍ତି । ତେବେ ଘଟଣା ସମ୍ପର୍କରେ ଏସପିଙ୍କୁ ପଚରାରିବାରୁ ସେ କହିଛନ୍ତି ଯଦି ଲୋକମାନେ ଏଭଳି ଅଭିଯୋଗ କରିଛନ୍ତି ତାହେଲେ ସେମାନେ ଆଇନର ଆଶ୍ରୟ ନିଅନ୍ତୁ ।