କାର୍ କିମ୍ବା ଜିପ୍ ନୁହଁ ଟ୍ରକରେ ଲଦା ହୋଇ ଜେଲ୍ ଗଲା ଆତଙ୍କବାଦୀ । ପୋଲିସ୍ ଜିପ୍ ରେ ହେଲାନି ଜାଗା , ସ୍ୱତନ୍ତ୍ର ଟ୍ରକ୍ ଯୋଗେ ଜେଲ୍ କୁ ଗଲା ଆତଙ୍କବାଦୀ ।

736

ଇରାକର ସ୍ୱାଟ୍ ଟିମକୁ ବଡ ସଫଳତା । ଆଇଏସଆଇଏସର ଜବ୍ୱା-ଦ-ଜିହାଦିକୁ ମୋସୁଲ ସହରରୁ ଗିରଫ କରିଛି ପୋଲିସ । ଏହି ଆତଙ୍କବାଦୀଙ୍କ ଶରୀରର ଓଜନ ଏତେ ଅଧିକ ଥିଲା ଯେ ତାଙ୍କୁ ଟ୍ରକରେ ବୋହି ଜେଲକୁ ନିଆଗଲା । କେବଳ ସେତିକି ନୁହେଁ ଆତଙ୍କବାଦୀଙ୍କୁୁ ଧରିବାରେ ଇରାକ ପୋଲିସକୁ ଖୁବ୍ କସରତ କରିବାକୁ ପଡିଥିଲା ।

 

ସୂଚନାନୁସାରେ , ଆଇଏସଆଇଏସର ଏହି ଆତଙ୍କବାଦୀ ‘ଜବ୍ୱା-ଦ-ଜିହାଦ’ ନାମରେ ପରିଚିତ । ଏହି ଆତଙ୍କୀର ଓଜନ ୨୫୦ କେଜି । ଗିରଫ ସମୟରେ ପୋଲିସ୍ କୁ ନାହିନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡିଲା । ମୋଟାପଣ କାରଣରୁ ସେ ବିଛଣାରୁ ଉଠିବା ଅବସ୍ଥାରେ ନଥିଲେ ଯେଉଁଥିପାଇଁ ସୁରକ୍ଷା ବାହିନୀ ତାଙ୍କୁ କାରରେ ନେବା ବଦଳରେ ଟ୍ରକରେ ବୋହି ନେଇଥିଲେ । କାରର ସିଟ୍ ରେ ତାଙ୍କ ଶରୀର ଅଟକି ଯିବାରୁ ତାଙ୍କ ପାଇଁ ସ୍ୱତନ୍ତ୍ର ଟ୍ରକ୍ ଆସିଲା ଏବଂ ଆତଙ୍କବାଦୀ ଟ୍ରକରେ ବସି ଜେଲ୍ ଗଲେ । ଇରାକ ଅଧିକାରୀଙ୍କ କହିବା ମୁତାବକ , ଜବ୍ୱା-ଦ-ଜିହାଦ ଆଇଏସଆଇଏସ ସଙ୍ଗଠନର ଜଣେ ସକ୍ରିୟ ନେତା ଭାବେ ଜଣାଶୁଣା । ସେ ଲୋକଙ୍କୁ ଆତଙ୍କବାଦୀ ହେବା ପାଇଁ ଉସକାଇଥାଏ । ସେମାନଙ୍କ ମନରେ ବିଷ ଭରି ଅପ୍ରିତିକର ପରିସ୍ଥିତି ସୃଷ୍ଟି କରେ । ଏଭଳି କୁଖ୍ୟାତ ଅପରାଧୀକୁ ଗିରଫ କରିବା ଇରାକ ସେନାର ବଡ ସଫଳତା ବୋଲି ସେନା ଅଧିକାରୀ ମତ ଦେଇଛନ୍ତି ।