ଇସଲାମାବାଦକୁ ଇରାନର ନାଲି ଆଖି ! ଆତଙ୍କୀ ଆଡ୍ଡା ଧ୍ୱଂଶ ନକଲେ ପାକିସ୍ତାନରେ ପଶିବେ ଇରାନୀ ସେନା

0

କନକ ବ୍ୟୁରୋ :ପାକିସ୍ଥାନର ସେନାକୁ ନେଇ ଭାରତ ଓ ଆଫଗାନିସ୍ଥାନ ଚିନ୍ତାରେ ଥିବାବେଳେ ଅସନ୍ତୋଷ ପ୍ରକାଶ କରିଛି ଇରାନ । ପାକିସ୍ଥାନ ଆତଙ୍କବାଦୀଙ୍କ ପେଣ୍ଠସ୍ଥଳୀ ପାଲଟିଥିବା କହିଛି ଇରାନ । ଆତଙ୍କବାଦୀଙ୍କୁ ପାକ ସେନାର ପୂର୍ଣ୍ଣ ସମର୍ଥନ କରୁଛି । ଏଭଳି ଜାରି ରହିଲେ ଇରାନ ଏହାର କଡା ଜବାବ ଦେବ ବୋଲି ଚତୋଇ ଦେଇଛି ।

ଇରାନୀ ସେନା ପକ୍ଷରୁ କୁହାଯାଇଛି, ଯଦି ପାକିସ୍ଥାନ ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ୱଂସ ନକରେ ତେବେ ଇରାନୀ ସେନା ପାକିସ୍ଥାନ ଭିତରେ ପଶି ଏହିସବୁ ଆଡ୍ଡାକୁ ଧ୍ୱଂସ କରିବ । ଗତ ବୁଧବାର ପାକିସ୍ତାନର ବେଲୁଚିସ୍ଥାନରେ କିଛି ଆତଙ୍କବାଦୀ ୧୦ ଜଣ ଇରାନ ଯବାନଙ୍କୁ ହତ୍ୟା କରିଥିଲେ ।

Comments are closed.