ଇରାନ, ଆମେରିକା ଲଢ଼େଇ ଭିତରେ ଭାରତକୁ ପ୍ରଶଂସା କଲେ ଇରାନ ରାଜଦୂତ : କହିଲେ, ବିଶ୍ୱରେ ଶାନ୍ତି ବଜାୟ ରଖିବାରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ

10,126

କନକ ବ୍ୟୁରୋ : ଆମେରିକା-ଇରାନ ମଧ୍ୟରେ ବିବାଦ ତୀବ୍ର ହେଉଥିବା ବେଳେ ଭାରତକୁ ପ୍ରଶଂସା କରିଛି ଇରାନ । ବିଶ୍ୱରେ ଶାନ୍ତି ବଜାୟ ରଖିବାରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛି ଇରାନ । ଇରାନ ରାଷ୍ଟ୍ରଦୂତ ଏହି ପ୍ରଶଂସା କରିଛନ୍ତି । ଆମେ ଯୁଦ୍ଧ ନୁହେଁ ଶାନ୍ତି ବଜାୟ ରଖିବାକୁ ଚାହୁଁଛୁ ବୋଲି କହିଛନ୍ତି ଇରାନ । ଇରାନର ମିଲିଟାରୀ କମାଣ୍ଡର କ୍ୱାସିମ ସୁଲେମାନିଙ୍କୁ ଆମେରିକା ହତ୍ୟା କରିବା ପରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ତରଫରୁ କୌଣସି ବି ପଦକ୍ଷେପକୁ ଇରାନ ସ୍ୱାଗତ କରିବ ବୋଲି କହିଛି ।

ଇରାକରେ ଥିବା ଆମେରିକାର ଦୁଇଟି ଏୟାରବେସ ଉପରେ ଇରାନର ଆକ୍ରମଣ କରିବାର କିଛି ଘଂଟା ପରେ ଇରାନ ପକ୍ଷରୁ ଏପରି ବାର୍ତ୍ତା ଦିଆଯାଇଥିଲା । ଇରାନର ଏମ୍ବାସିରେ ଏକ ଶାନ୍ତି ପ୍ରାର୍ଥନା ବୈଠକ ପରେ ଇରାନ ରାଷ୍ଟ୍ରଦୂତ ଅଲ୍ଲୀ ଛେଗେନୀ କହିଛନ୍ତି, ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବାରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଆସିଛି ।

ଇରାନ-ଆମେରିକା ମଧ୍ୟରେ ଉତେଜନା ଲାଗିରହିଥିବା ବେଳେ ଶାନ୍ତି ପ୍ରତିଷ୍ଠା ପାଇଁ ସମସ୍ତ ଦେଶ ପକ୍ଷରୁ ପଦକ୍ଷେପକୁ ଆମେ ଗ୍ରହଣ କରିବୁ । ବିଶେଷ କରି ଇରାନର ଭଲ ବନ୍ଧୁ ଭାବେ ଭାରତ ଲାଗିରହିଥିବା ଉତେଜନାକୁ ପ୍ରଶମିତ କରାଇବାରେ ଯାହା ପଦକ୍ଷେପ ନେବ ତାକୁ ଆମେ ସ୍ୱାଗତ କରିବୁ ବୋଲି କହିଛନ୍ତି ଇରାନ ରାଷ୍ଟ୍ରଦୂତ ।