ଆମେରିକାକୁ କ୍ଷେପଣାସ୍ତ୍ରର ଧମକ ! ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଲେ କ୍ଷେପଣାସ୍ତ୍ର ମାଧ୍ୟମରେ ଜବାବ ଦେବ ଇରାନ

18

କନକ ବ୍ୟୁରୋ: ଆମେରିକାକୁ କ୍ଷେପଣାସ୍ତ୍ରର ଧମକ ଦେଇଛି ଇରାନ । ଇରାନର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଲେ ଶକ୍ତିଶାଳୀ କ୍ଷେପଣାସ୍ତ୍ର ମାଧ୍ୟମରେ ଏହାର ଜବାବ ଦିଆଯିବ ବୋଲି ଇରାନ କହିଛି । ଆମେରିକାର କଟକଣାକୁ ଭ୍ରୁକ୍ଷେପ ନକରି ଗତକାଲି ବିଶାଳ ସମରାଭ୍ୟାସର ଆୟୋଜନ କରିଥିବା ଇରାନ ଏହି ଚେତାବନୀ ଦେଇଛି ।

ଶତ୍ରୁ ପକ୍ଷରୁ ସାମନ୍ୟତମ ବିପଦ ଦେଖାଦେଲେ ଇରାନ ତାର ମୁକାବିଲା କରିବ ବୋଲି ସେନା ମୁଖ୍ୟ କହିଛନ୍ତି । ଗତ ସପ୍ତାହରେ ଇରାନ କ୍ଷେପଣାସ୍ତ୍ର ପରୀକ୍ଷାକୁ ବିରୋଧ କରି ଆମେରିକାର କଟକଣା ପରେ ଦୁଇ ଦେଶ ମଧ୍ୟରେ ତୀବ୍ର ଉତେଜନା ଦେଖାଦେଇଛି ।