ଆମେରିକା ସେନା ଶିବିରରେ ରକେଟ୍ ମାଡ଼ । ଇରାକରେ ଥିବା ଆମେରିକା ଠିକଣା ଉପରେ ମାଡ଼ ହେଲା ୪ଟି ରକେଟ୍, ୪ ଇରାକୀ ଯବାନ ଆହତ

729

କନକ ବ୍ୟୁରୋ : ଆମେରିକା ସେନା ଶିବିରରେ ରକେଟ୍ ମାଡ଼ । ଇରାକର ବାଗଦାଦ୍ ନିକଟ ଏୟାର୍ ବେସ୍ ଉପରେ ୪ଟି ରକେଟ୍ ମାଡ଼ ହୋଇଛି । ଏହି ଏୟାରବେସରେ ଆମେରିକା ଯବାନଙ୍କ ଠିକଣା ଥିବା ଜଣାପଡ଼ିଛି । କାହା ପକ୍ଷରୁ ରକେଟ୍ ମାଡ଼ ହୋଇଛି ତାହା ସ୍ପଷ୍ଟ ହୋଇନଥିଲେ ବି ଏହା ପଛରେ ଇରାନର ହାତ ଥିବା ସନ୍ଦେହ କରାଯାଉଛି ।

ତେବେ ଏହି ରକେଟ୍ ମାଡ଼ରେ ୪ଜଣ ଇରାକୀ ଯବାନ ଆହତ ହୋଇଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ରକେଟ୍ ମାଡ଼ ପୂର୍ବରୁ ଘଟଣାସ୍ଥଳ ଛାଡ଼ି ଚାଲିଯାଇଥିଲେ ଆମେରିକାର ଯବାନ ।