ବିଦେଶ ଯାତ୍ରୀଙ୍କ ପାଇଁ ଖୁସି ଖବର ! ଏଥର ସପ୍ତାହକୁ ୩ଥର ହାଇଦ୍ରାବାଦରୁ ଆମେରିକା ଉଡ଼ାଣ ଭରିବ ଏୟାର ଇଣ୍ଡିଆ

28

ଜୁଲାଇ ୮ରୁ ଆରମ୍ଭ ହୋଇଥିବା ଏୟାର ଇଣ୍ଡିଆର ନୂଆ ବିମାନ ଏୟାର ଇଣ୍ଡିଆ ୧୦୪,ଏଥର ସପ୍ତାହକୁ ୩ଥର ଉଡ଼ାଣ ଭରିବ ହାଇଦ୍ରାବାଦରୁ ଆମେରିକା । ଚିକାଗୋ ପରେ ୱାଶିଂଟନ ହେଉଛି ଆମେରିକାର ଦ୍ୱିତୀୟ ସହର , ଯାହା ବିମାନ ସେବାରେ ହାଇଦ୍ରାବାଦ ସହ ସଂଯୋଗ ହୋଇଛି ।

ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ତଥ୍ୟ ଅନୁସାରେ , ବାର୍ଷିକ ୬୭୫ହଜାର ଯାତ୍ରୀ ହାଇଦ୍ରାବାଦ ଓ ଆମେରିକା ମଧ୍ୟରେ ଯାତାୟାତ କରିଥାନ୍ତି । ଏୟାର ଇଣ୍ଡିଆ ଏହି ନୂଆ ସେବା ଯୋଗାଇଥିବାରୁ ଧନ୍ୟବାଦ ଦେଇଛନ୍ତି ହାଇଦ୍ରାବାଦ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟର ସିଇଓ । ଆଉ ମଧ୍ୟ କହିଛନ୍ତି ଅତିଶୀଘ୍ର ହାଇଦ୍ରାବାଦ ଏୟାରପୋର୍ଟ ଶ୍ରୀଲଙ୍କା ସହ ସଂଯୋଗ ହେବ ଓ ଲୋକଙ୍କୁ ଭ୍ରମଣର ସୁବିଧା ସହ ପର୍ଯ୍ୟଟନର ଖୋରାକ୍ ଯାତ୍ରୀଙ୍କୁ ଦେବ ।