ଆଇପିଏସ୍ ସ୍ୱାମୀଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ସ୍ତ୍ରୀ ! ସୋସିଆଲ୍ ମିଡିଆରେ ପୋଷ୍ଟ୍ କଲେ ବିକଳ ଚିତ୍ର କହିଲେ , ପଶୁମାନଙ୍କୁ ପିଟିଲା ପରି ପିଟୁଛନ୍ତି ସ୍ୱାମୀ ।

1,511

୨୦୧୫ ବ୍ୟାଚର ଜଣେ ଆଇପିଏସ୍ ଅଧିକାରୀଙ୍କ ଉପରେ ତାଙ୍କ ପତ୍ନୀ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଯୌତୁକ ପାଇଁ ମାରପିଟ୍ କରିବା ଏବଂ ଜୀବନରୁ ମାରିଦେବା ପାଇଁ ଚେଷ୍ଟା କରିବା ଭଳି ଅଭିଯୋଗ ମିରଠ ନୌଚନ୍ଦୀ ଥାନାରେ ଆସିଛି । ପତ୍ନୀଙ୍କ ଅଭିଯୋଗ ଥିଲା ଯେ ସ୍ୱାମୀ ତାଙ୍କୁ କୁକୁରକୁ ପିଟିଲା ଭଳି ପିଟୁଥିଲେ । ଏଭଳି ବହୁତ ସମୟରେ ହୋଇଛି ଯେ ମାଡ଼ ଖାଇ ଖାଇ ଚେତାଶୂନ୍ୟ ହୋଇପଡୁଥିଲେ । ପତ୍ନୀଙ୍କ କହିବାନୁସାରେ ଯୌତୁକରେ ୫ କୋଟି ଟଙ୍କା ମାଗିଥିବାରୁ ଏହା ବାପାଙ୍କ ଘରୁ ପୂରଣ କରାଯାଇପାରିନଥିଲା ଯେଉଁଥିପାଇଁ ତାଙ୍କୁ ଉତ୍ପୀଡନର ଶିକାର ହେବାକୁ ପଡିଲା । ଆଇପିଏସ୍ ଙ୍କ ସହ ମାମଲା ଥିବାରୁ ଏହା ଉପରେ ସେତେଟା ଗୁରୁତ୍ୱ ଦିଆଯାଇନଥିଲା । ମାମଲା ହେଉଛି ମିରଠ ନୌଚନ୍ଦୀ ଥାନାକ୍ଷେତ୍ରର ।

ଏଠାରେ ଡ.ଚରଣଦାସ ସିଂହଙ୍କ ଝିଅ ନମ୍ରତାର ବିବାହ ଅମିତ୍ ନିଗମଙ୍କ ସହ ୨୭ ନଭେମ୍ବର ୨୦୧୫ ରେ ହୋଇଥିଲା । ଅମିତ୍ ଏବେ ଦିଲ୍ଲୀ ସ୍ଥିତ ପିଏସିରେ ଆଡ଼ିସିନାଲ୍ କମାଣ୍ଡେଣ୍ଟ୍ ଅଛନ୍ତି । ନମ୍ରତାଙ୍କ କହିବାନୁସାରେ ବିବାହରେ ତାଙ୍କୁ ଯୌତୁକରେ ଅଡି କାର୍ ,ଗହଣା ସମେତ ଅନେକ ଆସବାବପତ୍ର ଦିଆଯାଇଥିଲେ ମଧ୍ୟ ଅମିତଙ୍କ ବାପା ଗଙ୍ଗାଚରଣ ନିଗମ୍ ଏବଂ ମା’ ରୋଶନ୍ ନିଗମଙ୍କୁ କମ୍ ଟଙ୍କା ମିଳିବାର ଅଭିଯୋଗ ରହିଥିଲା । ଆଇପିଏସ୍ ସ୍ୱାମୀ ମଧ୍ୟ ୫ କୋଟି ଟଙ୍କାର ଡିମାଣ୍ଡ କରୁଛନ୍ତି । ତେବେ ଏତେ ଟଙ୍କା ଦେବା ପାଇଁ ନମ୍ରତା ଏବଂ ତାଙ୍କ ପରିବାର ସମର୍ଥ ନୁହଁନ୍ତି । ନମ୍ରତା ଗୋଟିଏ ପ୍ରାଇଭେଟ୍ କମ୍ପାନୀରେ ଚାକିରୀ କରୁଛନ୍ତି । ଯୌତୁକ ନ ମିଳିବା କାରଣରୁ ସ୍ୱାମୀ ତାଙ୍କୁ ଖୁବ୍ ପିଟୁଥିଲେ । ବିବାହର କିଛି ମାସ ପରେ ହିଁ ତାଙ୍କ ଉପରେ ଉତ୍ପୀଡନ ଆରମ୍ଭ ହୋଇଯାଇଥିଲା । ଏଫଆଇଆରରେ ନମ୍ରତା ସ୍ୱାମୀଙ୍କ ଏକାଧିକ ମହିଳାଙ୍କ ସହ ଅବୈଧ ସଂପର୍କ ଥିବା କଥା ମଧ୍ୟ କହିଥିଲେ ଯାହା ତାଙ୍କୁ ଅମିତଙ୍କ ଲାପଟପ୍ ଏବଂ ମୋବାଇଲରୁ ସୁଚନା ମିଳିଥିଲା । ଅତ୍ୟାଚାର ସୀମା ଟପି ଯିବା ପରେ ସେ ଥାନାରେ ଶାଶୁଘର ଲୋକଙ୍କ ନାଁରେ ଅଭିଯୋଗ ଆଣିଥିଲେ ।