ଆଜିଠାରୁ ଭୁବନେଶ୍ୱରରେ ତିନି ଦିନିଆ ଆଇପିଏସ୍ ସମ୍ମିଳନୀ ! ଫୋକସରେ ଆଇନ୍ ସୁରକ୍ଷା,ନକ୍ସଲ ସମସ୍ୟା ଓ ସଡ଼କ ସୁରକ୍ଷା

62

କନକ ବ୍ୟୁରୋ : ଆଜିଠାରୁ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି ତିନି ଦିନିଆ ଆଇପିଏସ୍ ସମ୍ମିଳନୀ । ରାଜଧାନୀର ପୋଲିସ ଭବନରେ ହେଉଛି ଆଇପିଏସ୍ ସମ୍ମିଳନୀ । ଏହି ଆଇପିଏସ ସମ୍ମିଳନୀ ଆସନ୍ତା ୧୯ ଯାଏଁ ଚାଲିବ । ଏଥିରେ ବିଭିନ୍ନ ଜିଲ୍ଲାର ଏସପି, ଡିସିପି, ଆଇଜିପି, ଡିଆଇଜି, ତାଲିମ ନେଉଥିବା ଆଇପିଏସ୍ ଅଧିକାରୀ, ଆର୍ମଡ ପୁଲିସ ବାଟାଲିୟନର କମାଣ୍ଡାଣ୍ଟଙ୍କ ସହ ହୋମଗାର୍ଡ, ଅଗ୍ନିଶମ, ଭିଜିଲାନ୍ସ ବିଭାଗର ଅଧିକାରୀ ମାନେ ଯୋଗ ଦେଇଛନ୍ତି ।

ସୂଚନାଯୋଗ୍ୟ, ଭୁବନେଶ୍ୱରର ପୁଲିସ ଭାବନରେ ୧୭,୧୮ ଏବଂ ୧୯ ତାରିଖ ଯାଏଁ ତିନି ଦିନିଆ ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିପାଇଁ ବିଭିନ୍ନ କାର‌୍ୟ୍ୟକ୍ରମର ଆୟୋଜନ କରାଯାଇଛି । ଏହି ସମ୍ମିଳନୀରେ ଆଇନ ଶୃଙ୍ଖଳା, ସଡ଼କ ସୁରକ୍ଷା ଓ ନକ୍ସଲ ଦମନ ସହ ଅନେକ ବିଷୟର ସୁରକ୍ଷା ବ୍ୟବସ୍ଥାକୁ ନେଇ ଚର୍ଚ୍ଚା କରାଯିବ । ଏହି ଅବସରରେ ପ୍ରଥମ ଥର ପାଇଁ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ହାସଲ କରିଥିବା ଏକ୍ସପର୍ଟ ସେମାନଙ୍କ ମତାମତ ରଖିବେ। ସାଇବର କ୍ରାଇମ୍ ତଦନ୍ତ, ସୋସିଆଲ ମିଡିଆର ମନିଟରିଂ ସହ ଫରେନ୍ସିକ ବିଜ୍ଞାନର ଅଧିକ ବ୍ୟବହାର ଉପରେ ମତ ରଖିବେ।

Comments are closed.