ଆଇପିଏସ ଜୟଦୀପ ନାୟକଙ୍କୁ ମିଳିଲା ଜାମିନ

22

କନକ ବ୍ୟୁରୋ : ଆଇପିଏସ ଜୟଦୀପ ନାୟକଙ୍କୁ ମିଳିଲା ଜାମିନ । ହାଇକୋର୍ଟ ତାଙ୍କୁ ସର୍ତମୂଳକ ଜାମିନ ଦେଇଛନ୍ତି । ୨ଲକ୍ଷ ଟଙ୍କା ସହ ୨ ଜାମିନଦାରଙ୍କ ବ୍ୟକ୍ତିଗତ ମୁଚାଲିକାରେ କୋର୍ଟ ଜୟଦୀପଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏଥିସହ ଜୟଦୀପଙ୍କୁ ପାସପୋର୍ଟ ଓ ୫୦ ଲକ୍ଷ ଟଙ୍କା ସମ୍ପତିର ବଣ୍ଡ କୋର୍ଟରେ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି। ଏସଟି-ଏସସି ପିଲାଙ୍କୁ କଂପୁଟର ଟ୍ରେନିଂ ଦେବା ନାମରେ ୮୮ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜୟଦୀପଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ତ୍ରିପୁରାର ଆଇଏସ କ୍ୟାଡର ଜୟଦୀପଙ୍କୁ ଗାଜିଆବାଦରୁ ଗିରଫ କରାଯାଇଥିଲା।