ଚୋର ରୂପୀ ପୁଲିସ୍ : ୮୮ ଲକ୍ଷ ଟଙ୍କାର ଦୁର୍ନୀତିରେ ଫସିଲେ ଆଇପିଏସ୍ ଅଫିସର ଜୟଦୀପ ନାୟକ

0

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଏଚ୍ଆରପିସିରେ କମ୍ପ୍ୟୁଟର ଟ୍ରେନିଂ ଦେବା ଆଳରେ ବଡ ଧରଣର ସ୍କାମ୍ । ପୁଲିସ୍  ନିଜେ ବନିଛି ଚୋର । ଠକିଛି ୮୮ ଲକ୍ଷ ଟଂକା । ରାଜ୍ୟ ସରକାରଙ୍କ ସ୍ପେଶାଲ ଅଡିଟରେ ଧରାପଡିବା ପରେ ଭିଜିଲାନ୍ସ ଜଣେ ଅତିରିକ୍ତ ଏସପିଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି । ହେଲେ ଫେରାର ଅଛନ୍ତି ଠକେଇର ମାଷ୍ଟରମାଇଣ୍ଡ ଆଇପିଏସ୍ ଜୟଦୀପ ନାୟକ । ଭାରତୀୟ ପୁଲିସ୍  ସେବାର ଜଣେ ବରିଷ୍ଠ ଅଧିକାରୀ ହୋଇଥିବାରୁ ତାଂକ ଗିରଫଦାରୀ ଭିଜିଲାନ୍ସ ପାଇଁ ହୋଇପାରେ ବଡ ଚ୍ୟାଲେଂଜ ।

Comments are closed.