ଆଇପିଏଲ୍ ପ୍ଲେ -ଅଫ ରେସ : କଲିକତା ଓ ମୁମ୍ବାଇ ମଧ୍ୟରେ କର ବା ମର ମୁକାବିଲା

58

କନକ ବ୍ୟୁରୋ : ଆପିଏଲ୍ ୨୦୧୮ ଫ୍ଲେ-ଅଫ ରେସରେ ଥିବା କୋଲକାତା ନାଇଟ୍ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଜି ଖେଳାଯିବ ନକ-ଆଉଟ ମ୍ୟାଚ । ଗତ ରବିବାର ଦିନ ମଧ୍ୟ କେକେଆର ଓ ମୁମ୍ବାଇ ମଧ୍ୟରେ ରୋମାଞ୍ଚକ ମ୍ୟାଚ ଦେଖିବାକୁ ମିଳିଥିଲା । ୧୩ ରନରେ କୋଲକାତାକୁ ପରାସ୍ତ କରି ମୁମ୍ବାଇ ପ୍ଲେ-ଅଫରେ ସ୍ଥାନ ବଜାୟ ରଖିବା ପାଇଁ ଆଶ ଉଜ୍ଜିବୀତ ରଖିଛି । ତେବେ ଆଜିର ମ୍ୟାଚ କଲିକତାର ହୋମ-ଗ୍ରାଉଣ୍ଡ ଇଡେନ-ଗାର୍ଡେନରେ ଖେଳାଯିବ । ଏହି ମ୍ୟାଚ ମୁମ୍ବାଇ ପାଇଁ ନକ୍-ଆଉଟ୍ ମ୍ୟାଚ୍ ଥିବାବେଳେ କୋଲକାତା ଟିମ୍ ମଧ୍ୟ ଗୁରୁତ୍ୱପୁର୍ଣ୍ଣ । କାରଣ ମୁମ୍ବାଇ ଯଦି ଭଲ ବ୍ୟବଧାନରେ ଜିତି ଯାଏ ତେବେ ମୁମ୍ବାଇ ୨ପଏଣ୍ଟ ପାଇ କୋଲକାତାକୁ ପଛରେ ପକାଇ ୪ର୍ଥ ସ୍ଥାନ ଅକ୍ତିଆର କରିବ ।

ଡିଫେଡିଙ୍ଗ ଚାମ୍ପିୟନ ମୁମ୍ବାଇ ଏଭଳି କାରନାମା ପୂର୍ବରୁ ମଧ୍ୟ ୨୦୧୫ ଏବଂ ୨୦୧୬ରେ ମଧ୍ୟ କରି ସାରିଛି । ଅନ୍ୟପଟେ କୋଲକାତା ଟିମ୍ ମୁମ୍ବାଇ ବିରୁଦ୍ଧରେ ଅନ୍ୟ ଟିମ୍ ଅପେକ୍ଷା ସର୍ବନିମ୍ନ ବିଜୟ ହାର ଥିବା ଷ୍ଟାଟିଟିକ୍ସ କହୁଛି । କୋଲକାତା ଓ ମୁ୍ମ୍ବାଇ ମଧ୍ୟରେ ୨୧ ମ୍ୟା ଖେଳାଯାଇଥିବାବେଳେ ୧୭ଟି ମ୍ୟାଚ୍ ମୁମ୍ବାଇ ବିଜୟ ହାସଲ କରିଥିବା ବେଳେ ୪ଟି ମ୍ୟାଚ୍ କୋଲକାତା ଜିତିବାରେ ସମର୍ଥ ହୋଇଛି ।

ରୋହିତ ଙ୍କ ଲକି ଗ୍ରାଉଣ୍ଡ୍ ଇଡେନ୍ :

ହିଟ୍ ମ୍ୟାନ୍ ରୋହିତ୍ ଶର୍ମାଙ୍କ ପାଇଁ କଲିକତାର ଇଡେନ୍ ଗାର୍ଡେନ ହେଉଛି ଲକି ଗ୍ରାଉଣ୍ଡ । ଆପଣଙ୍କର ହୁଏତ ମନେଥିବ ୨୦୧୪ରେ ରୋହିତ ଏହି ଗ୍ରାଉଣ୍ଡରେ ୨୬୪ ରନ୍ ଦିନିକିଆ ବିଶ୍ୱ ରେକର୍ଡ ସ୍କୋର କରିଥିଲେ । କିନ୍ତୁ ୱାଂଖେଡେରେ ଖେଳାଯ୍ଧବଥିବା ପୂର୍ବମ୍ୟାଚରେ ରୋହିତ କିଛି ଖାସ କରିବାକୁ ଦେଇ ନଥିଲା କେକେଆର୍ । ଆଜି ହିଟ୍ ମ୍ୟାନ୍ ରୋହିତଙ୍କ ବ୍ୟାଟ୍ ରୁ ଧୁଆଁଦାର ଇଂନିସ୍ ଖେଳ ଦେଖିବାକୁ ମୁମ୍ବାଇ ସମର୍ଥକମାନେ ଅପେକ୍ଷା କରିଛିନ୍ତି । ସେହିଭଳି ଡାର୍କ ହର୍ସ କୁହାଯାଉଥିବା ମୁମ୍ବାଇ ର ସଫଳ ଓପନର ସୁର୍ଯ୍ୟ କୁମାର ଯାଦବଙ୍କ ବ୍ୟାଟ୍ ମଧ୍ୟ କୋଲକାତା ବିରୁଧରେ ଭଲ ରେକର୍ଡ ରହିଛି ।

କେକେଆର କୁ ଆସ୍ୱସ୍ଥି :

ଅନ୍ୟପଟେ କୋଲକାତା ନାଇଟ୍ ରାଇଡର୍ସ ଦଳ ପାଇଁ ରବିନ୍ ଉଥାପାଙ୍କ ବ୍ୟାଟିଂ ଫର୍ମକୁ ନେଇ ଆସ୍ୱସ୍ଥି ମିଳିଛି । ପୂର୍ବ ମ୍ୟାଚରେ ମୁମ୍ବାଇ ବିରୁଧରେ ଅର୍ଦ୍ଧଶତକ ଆର୍ଷଣୀୟ ଇଂନିସ ଖେଳିଥିଲେ ରବିନ । ତେବେ ରବିନଙ୍କ ବ୍ୟାଟିଂ ଫର୍ମ ହୁଏତ କେକେଆର୍ ପାଇଁ ସହାୟକ ହୋଇପାରେ । କିନ୍ତୁ କେକେଆର୍ ର ଯୁବ ତାରକା ଶୁଭମନ ଗିଲ ଙ୍କ ବ୍ୟାଟିଂ ଅର୍ଡର ନେଇ ଚିନ୍ତିତ ଦଳ । ବୋଲିଂ ବିଭାଗରେ ୩ ପ୍ରମୂଖ ସ୍ପିନର ସୁନିଲ୍ ନାରାୟଣ, ପୀୟୁଷ ଚାୱଲା ଏବଂ କୁଲଦୀପ ଯାଦବଙ୍କ ଚମକ୍ରାର ବୋଲିଂ ଜାରି ରହିଛି । ତେବେ ଆଜିର ମ୍ୟାଚରେ କିଏ ହିରୋ ହେବ ଏବଂ କାହା ପଲଡା ଭାରି ରହିବ ତାହା ମ୍ୟାଚର ଫଳାଫଳ ହିଁ କହିବ ।