ବାରବାଟୀରେ ଆଇପିଏଲ

29

ମହାରାଷ୍ଟ୍ରରୁ ଆଇପିଏଲ୍ ମ୍ୟାଚ୍ ସ୍ଥାନାନ୍ତର ଓଡ଼ିଶା ପାଇଁ ଆଣିପାରେ ସୁଯୋଗ । କଟକ ବାରବାଟୀ ଷ୍ଟାଡିୟମରେ ହୋଇପାରେ  ଫଟାଫଟ୍ ଫାଇଟ୍ । ଏମିତିକି କଟକରେ ଆଇପିଏଲ୍ ମ୍ୟାଚ୍ ଆୟୋଜନ ପାଇଁ ଓସିଏ ପ୍ରସ୍ତୁତ ଥିବା ମଧ୍ୟ ଓସିଏ ସଂପାଦକ ଆଶୀର୍ବାଦ ବେହେରା  ସୂଚନା ଦେଇଛନ୍ତି । ମୁମ୍ବାଇ, ନାଗପୁର ଓ ପୁନେରୁ ଆଇପିଏଲ୍ ମ୍ୟାଚ୍କୁ ହଟାଇ ଦିଆଯାଇଥିବାରୁ ଏବେ ସମସ୍ତଙ୍କ ନଜର ରହିଛି ବାରବାଟୀ ଷ୍ଟାଡିୟମ ଉପରେ । ପୂର୍ବରୁ ବାରବାଟୀରେ ବହୁ ଆଇପିଏଲ୍ ମ୍ୟାଚ୍ରେ ଓସିଏକୁ ପ୍ରଶଂସା କରାଯାଇଥିଲା । ତେଣୁ ଚଳିତ ସିଜିନ୍ରେ ବି ଆଇପିଏଲ୍ ମ୍ୟାଚ୍ କଟକରେ ଆୟୋଜନ ହେବା ଭଳି ସମ୍ଭାବନା ସୃଷ୍ଟି ହୋଇଛି । ଏଥି ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ୍ ପୂର୍ଣ୍ଣ ମାତ୍ରରେ ପ୍ରସ୍ତୁତ ଥିବା  ଆର୍ଶୀବାଦ ବେହେରା ସୂଚନା ଦେଇଛନ୍ତି  । ତେବେ ଏନେଇ ବିସିସିଆଇ ପକ୍ଷରୁ ଓସିଏକୁ କୌଣସି ଯୋଗାଯୋଗ ହୋଇନଥିବା ସେ କହିଛନ୍ତି ।  ତେବେ ଦିନେ ଦୁଇ ଦିନ ମଧ୍ୟରେ ବାରବାଟୀରେ ମ୍ୟାଚ୍ ହେବ ନା ନାହିଁ ତାହା ସ୍ପଷ୍ଟ ହୋଇଯିବ ।