କ୍ରିକେଟପ୍ରେମୀଙ୍କ ପାଇଁ ଜିଓ ତରଫରୁ ସୁନାଚାନ୍ଦି ମଉକା ! ମାଗଣାରେ ଦେଖିପାରିବେ ଆଇପିଏଲ ମ୍ୟାଚ

57

ଦେଶର କିକ୍ରେଟ ପ୍ରେମୀମାନଙ୍କ ପାଇଁ ଜିଓ ତରଫରୁ ଖୁସି ଖବର । ଯଦି ଆପଣ ଜିଓର ଗ୍ରାହକ ଅଟନ୍ତି ଓ ଆପଣ କ୍ରିକେଟ ଦେଖିବା ପାଇଁ ପସନ୍ଦ କରନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ । ୫ ଆପ୍ରଲ ରାତି ୮ ଟାରୁ ଟି-୨୦ କିକ୍ରେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛିି । ଏଥର ଆଇପିଏଲର ମହାସମରରେ ଜିଓ ଗ୍ରାହକମାନେ ଆଇପିଏଲର ଲାଇଭ ଷ୍ଟ୍ରିମିଙ୍ଗରେ ଭରପୁର ମଜା ଉଠାଇ ପାରିବେ । ଏଥିପାଇଁ ଆପଣଙ୍କୁ କେବଳ କିଛି ସୋପାନ ଅନୁସରଣ କରିବା ପାଇଁ ପଡିବ ।

ଯଦି ଆପଣ ଜିଓର ପ୍ରାଇମ ଗ୍ରାହକ ଅଟନ୍ତି ତେବେ କମ୍ପାନୀ ‘ଜିଓ ସମର ସରପ୍ରାଇଜ ଅଫର’ ପରି ଆପଣଙ୍କୁ ମାଗଣା ଡାଟା ଉପଲବ୍ଧ କରିବ । ମାଗଣା ଆଇପିଏଲ ଲାଇଭ ମ୍ୟାଚ ଦେଖିବା ପାଇଁ ଆପଣଙ୍କ ପାଖରେ ଜିଓ ଟିଭି ଆପ ରହିବା ଜରୁରୀ । ଜିଓ ଟିଭି ଆପରେ ଆପଣଙ୍କୁ ସୋନୀ ମାକ୍ସ ସମେତ ଆଉ ଅନେକ ଚ୍ୟାନେଲ ମାଗଣା ମିଳବ । ଆଇପିଏଲଏ ମ୍ୟାଚର ଲାଇଭ ପ୍ରସାରଣ ସୋନୀ ମାକ୍ସ, ସୋନୀ ସିକ୍ସସୋନୀ ଇଏସପିଏନରେ ଉପଲବ୍ଧ ।

ମ୍ୟାଚର ଲାଇଭ ମଜା ଉଠାଇିବା ପାଇଁ ଆପଣ କେବଳ ଜିଓ ଟିଭି ଆପକୁ ଯାଆନ୍ତୁ । ଯାହାପରେ ଆପଣ ଏଇଠି କୌଣସି ବି ଚ୍ୟାନେଲକୁ ବାଛି ମ୍ୟାଚର ଆନନ୍ଦ ଉଠାଇ ପାରିବେ । କିନ୍ତୁ ଏହି ପ୍ରକ୍ରିିୟାରେ ଧ୍ୟାନ ରଖନ୍ତୁ କି ଯଦି ଆପଣ ଜିଓ ପ୍ରାଇମର ଗ୍ରାହକ ନୁହନ୍ତି, ତେବ ଆପଣ ଏହି ମାଗଣା ସେବା ଉପଭୋଗ କରିପାରିବେ ନାହିଁ ।