ପଡିଆ ବାହାରେ ଖେଳ : ନବରଙ୍ଗପୁରରେ ଆଇପିଏଲକୁ ନେଇ ଚାଲିଥିବା ବେଟିଂର ହେଲା ପର୍ଦ୍ଦାଫାଶ

20

ନବରଙ୍ଗପୁର : ଆଇପିଏଲ୍ ମ୍ୟାଚକୁ ନେଇ ବେଟିଂ । ତାହା ପୁଣି ନବରଙ୍ଗପୁର ପରି ଏକ ଉପାନ୍ତ ଜିଲ୍ଲାର ଉମରକୋଟରେ । ରାତି ଅଧରେ ଚଢଉ କରି ପୁଲିସ୍ ୨ ଜଣ ବୁକିଙ୍କୁ ଗିରଫ କରିବା ସହ ୧୮ ଲକ୍ଷ ୮୦ ହଜାର ଟଙ୍କା, ୫ ମୋବାଇଲ ଫୋନ୍, ଲାପ୍ଟପ୍, ଟିଭି ଓ କାଲକୁଲେଟର ଜବତ କରିଛି । ଚଳିତ ବର୍ଷ ଆଇପିଏଲ ଆରମ୍ଭରୁ ନବରଙ୍ଗପୁରରେ କିଛି ବୁକି ସକ୍ରିୟ ହୋଇ ଉଠିଥିବା ଆଭାସ ପାଇଥିଲା ପୋଲିସ । ଗିରଫ ଦୁଇ ବୁକି ରମିଜ ହିଙ୍ଗୋରା ଓ ଭି. ଶ୍ରୀନିବାସ ରାଓଙ୍କ ନିକଟରୁ ବେଟିଂର ଚେର ଯାଏଁ ପହଂଚିବାକୁ ପୋଲିସ ଉଦ୍ୟମ ଆରମ୍ଭ କରିଛି ।