ଉମରକୋଟ ଆଇପିଏଲ ବେଟିଂ ଘଟଣା: ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ପୁଲିସର ଆବେଦନ

30

ନବରଙ୍ଗପୁର: ନବରଙ୍ଗପୁରରେ ଆଇପିଏଲ୍ ମ୍ୟାଚକୁ ନେଇ ବେଟିଂ ଘଟଣା । ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ପୁଲିସ ଆବେଦନ କରିଛି । ଏହା ସହ ଏହି ଘଟଣାରେ ବିଜି ପ୍ରଧାନ ନାମକ ଆଉ ଜଣେ ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖିଛି । ରମିଜ ହିଙ୍ଗୋରାଙ୍କ ଏସବିଆଇ ଆକାଉଂଟକୁ ସିଜ୍ କରିଛି ପୁଲିସ । ଗତକାଲି ଉମରକୋର୍ଟରେ ବେଟିଂ  ସୂଚନା ପାଇ ପୁଲିସ୍ ଚଢ଼ାଉ କରି ରମିଜ ହିଙ୍ଗୋରା ଓ ଭି. ଶ୍ରୀନିବାସ ରାଓ ନାମକ ଦୁଇ ବୁକିଙ୍କୁ ଗିରଫ କରିଥିଲା । ଏଥିସହ ୧୮ ଲକ୍ଷ ୮୦ ହଜାର ଟଙ୍କା, ୫ ମୋବାଇଲ ଫୋନ୍, ଲାପ୍ଟପ୍, ଟିଭି ଓ କାଲକୁଲେଟର ଜବତ କରିଥିଲା । ଏବର୍ଷ ଆଇପିଏଲ ଆରମ୍ଭରୁ ନବରଙ୍ଗପୁରରେ କିଛି ବୁକି ସକ୍ରିୟ ହୋଇ ଉଠିଥିବା ଆଭାସ ପାଇଥିଲା ପୋଲିସ । ଏହାପରେ ନିୟମିତ ଭାବେ ସେମାନଙ୍କୁ ଟ୍ରାକ କରାଯାଇଥିଲା । ଏମାନଙ୍କୁ ପଚରା ଉଚରା କରି ଘଟଣାର ଚେର ଖୋଜିବା ପାଇଁ ଖୋଳତାଡ ଆରମ୍ଭ କରିଛି ।