ଆଇପିଏଲ ନିଲାମୀ ଜାଣୁଛନ୍ତି, ହେଲେ ନିଲାମ କିଏ କରୁଛନ୍ତି ଜାଣନ୍ତି କି ?

51

ଶନିବାର ବାଙ୍ଗାଲୋରରେ ଆଇପିଏଲ-୧୧ ପାଇଁ ଆରମ୍ଭ ହୋଇଛି ଖେଳାଳି ନିଲାମୀ । ଚଳିତଥର ମୋଟ ୫୭୮ ଜଣ ଖେଳାଳି ନିଲାମୀ ପାଇଁ ଚୟନ ହୋଇଛନ୍ତି । ତେବେ ଆଇପିଏଲ-୧୧ ସିଜିନ ପୂର୍ବରୁ ଅନେକ ପରିବର୍ତ୍ତନ ଆସିଛି । କିଛି ନୂଆ ଟିମ୍ ଆସିଛନ୍ତି ତ ପୁଣି କିଛି ଖେଳାଳିଙ୍କ ଟିମ ପରିବର୍ତ୍ତନ ହୋଇଛି । ଏପରିକି ପୂର୍ବ ୧୦ ସିଜିନରେ ନିୟମରେ ମଧ୍ୟ ଅନେକ ପରିବର୍ତ୍ତନ ହୋଇଛି । କିନ୍ତୁ ସମୟଚକ୍ରରେ ପରିବର୍ତ୍ତନ ହୋଇନଥିବା ଏକମାତ୍ର ବ୍ୟକ୍ତି ହେଉଛନ୍ତି ରିଚାର୍ଡ ମେଡଲୀ । ଆଇପିଏଲ ନିଲାମୀର ମୁଖ୍ୟ ଆକର୍ଷଣ କୁହାଯାଉଥିବା ନିଲାମ କର୍ତ୍ତା ରିଚାର୍ଡ ମେଡଲୀ ଦୀର୍ଘ ୧୧ ବର୍ଷ ଧରି ଖେଳାଳି ନିଲାମୀରେ ବୋଲି ଲଗାଉଛନ୍ତି । ରିଚାର୍ଡ ଦୀର୍ଘ ୧୧ ବର୍ଷ ଧରି ଆଇପିଏଲ ନିଲାମୀର ହୋଷ୍ଟ କରୁଛନ୍ତି ।

ରିଚାର୍ଡଙ୍କ ବିଷୟରେ କିଛି ଅଜଣା କଥା :
methodesundaytimesprodmigrationwebbine3c56f05-288a-4b48-a17e-9d74d37d2801ବିଶ୍ୱର ସବୁଠାରୁ ଚମକ୍ରାର ନିଲାମକର୍ତ୍ତାଙ୍କ ମଧ୍ୟରେ ରିଚାର୍ଡ ମେଡଲୀ ଜଣାଶୁଣା । ନିଲାମୀକର୍ତ୍ତା ଭାବେ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ରିଚାର୍ଡ ଇଂଲଣ୍ଡର ସରେ ଟିମ୍ ପକ୍ଷରୁ ପ୍ରଥମଶ୍ରେଣୀ କ୍ରିକେଟ ମ୍ୟାଚ ମଧ୍ୟ ଖେଳି ସାରିଛନ୍ତି । କ୍ରିକେଟ ଖେଳିବା ପୂର୍ବରୁ ରିଚାର୍ଡ ହକି ଟିମର ସଦସ୍ୟ ରହି ସାରିଛନ୍ତି । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ରିଚାର୍ଡ ବିବିସି ଚ୍ୟାନେଲର କିଛିି ଶୋରେ ହୋଷ୍ଟିଂ କରିଛନ୍ତି । କିନ୍ତୁ ତାଙ୍କ କହିବା ଅନୁଯାୟୀ, ଆଇପିଏଲ ସହ ଯୋଡିହେବା ପରେ ତାଙ୍କ ଜୀବନ ସମ୍ପୂର୍ଣ୍ଣ ଭାବେ ବଦଳିଯାଇଛି । ରିଚାର୍ଡଙ୍କ ବାପା ଓ ଶ୍ୱଶୁର ମଧ୍ୟ ନିଲାମକର୍ତ୍ତା ରହି ସାରିଛନ୍ତି ।