ଗୋଟିଏ ଓଭରରେ ମାରିଥିଲେ ୫ଟି ଛକ୍କା ! ୫ କୋଟି ଟଙ୍କାରେ ଶିଭମ୍ ଦୁବେଙ୍କୁ କିଣିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

330

ବେସ୍ ପ୍ରାଇସ୍ ଥିଲା ୨୦ ଲକ୍ଷ । କିନ୍ତୁ କିଣାହେଲେ ୫ କୋଟି ଟଙ୍କାରେ । ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଆଗାମୀ ସଂସ୍କରଣ ପାଇଁ ମୁମ୍ବାଇ ରଣଜୀ ଟିମର ଖେଳାଳି ଶିଭମ୍ ଦୁବେଙ୍କୁ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୫ କୋଟି ଟଙ୍କାରେ କିଣିଛି। ଶିଭମଙ୍କ ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ଥିଲା। ଚଳିତ ରଣଜୀ ମ୍ୟାଚରେ ରଣଜୀ ସୋମବାର ୭ ବିଶାଳ ଛକା ମାରିବା ପରେ ଚର୍ଚ୍ଚାକୁ ଆସିଥିଲେ। ଏଥି ପାଇଁ ଦୁବେଙ୍କ ଉପରେ ପ୍ରାୟୋଜକମାନେ ନିଲାମୀ ଚାଲିଥିବା ବେଳେ ନଜର ରଖିଥିଲେ।

ଫିଟନେସ୍ ଗତ ସମସ୍ୟା ଯୋଗୁଁ ଶିଭମଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ପଡ଼ିଆରୁ ବାହାରେ ରହିବାକୁ ପଡ଼ିଥିଲା। ୧୪ ରୁ ୧୯ ବର୍ଷ ପର‌୍ୟ୍ୟନ୍ତ ମଧ୍ୟରେ କ୍ରିକେଟ ନ ଖେଳିବା ନେଇ ଶିଭମ୍ କହୁନ୍ତି, ମୋର ପିତା ପୁଣି ଥରେ ମୋତେ କ୍ରିକେଟ ପଡ଼ିଆକୁ ନେଇ ଆସିଥିଲେ। ସେ କ୍ରିକେଟ ବିଷୟରେ ପଣ୍ଡିତ ହୋଇ ନଥିଲେ ବି ମୋତେ ଖେଳିବାକୁ ସୁଯୋଗ ଦେଉଥିଲେ। ପିତା ମୋ ପାଇଁ ଘର ନିକଟରେ ଏକ ପିଚ୍ ତିଆରିଛନ୍ତି। ତେବେ ଏହି ବାମହାତୀ ବ୍ୟାଟ୍ସମ୍ୟାନ ମୁମ୍ବାଇ ପ୍ରିମିୟର୍ ଲିଗରେ ଅଭିଜ୍ଞ ସ୍ପିନର ପ୍ରବୀଣ ତାମ୍ବେଙ୍କୁ ଲଗାତାର ୫ଟି ଛକ୍କା ମାରି ସମସ୍ତଙ୍କ ନଜର ନିଜ ଆଡକୁ ଆକର୍ଷିତ କରିଥିଲେ ।

Comments are closed.