ଆଇପିଏଲର ୪୧ତମ ମ୍ୟାଚ : କେକେଆରକୁ ୪ ୱିକେଟରେ ହରାଇଲା ପୁଣେ

0

କନକ ବ୍ୟୁରୋ : ଏକତରଫା ମୁକାବିଲାରେ ବାଜି ମାରିନେଲା ପୁଣେ ସୁପର ଜାଏଂଟ୍ । ଲଗାତର ଦ୍ୱିତୀୟ ଥର ପାଇଁ ହାରିଲା କୋଲକାତା ନାଇଟ୍ ରାଇଡର୍ସ । ଆଇପିଏଲର ୪୧ ତମ ମ୍ୟାଚରେ କେକେଆରକୁ ୪ ୱିକେଟରେ ହରାଇଛି ପୁଣେ । ହୋମଗ୍ରାଉଣ୍ଡ ଇଡେନ୍ ଗାର୍ଡେନରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା କୋଲକାତା ।

ମନୀଷ ପାଣ୍ଡେଙ୍କ ୩୭ ଓ କୋଲିନ୍ ଗ୍ରାଣ୍ଡହୋମଙ୍କ ୩୬ ରନ୍ ବଳରେ ୮ ଓି୍ୱକେଟ୍ ହରାଇ ୧୫୫ ରନ୍ କରିଥିଲା ଦଳ । ୧୫୬ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ପୁଣେ ମଧ୍ୟ ପ୍ରଥମରୁ ଖରାପ ଆରମ୍ଭ କରିଥିଲା । ତେବେ ରାହୁଲ ତ୍ରିପାଠୀ ବିସ୍ଫୋରକ ଅର୍ଦ୍ଧଶତକ କେକେଆର ହାତରୁ ମ୍ୟାଚ୍ ଛଡାଇ ଆଣିଥିଲା । ୫୨ ବଲରେ ୯୩ ରନ୍ କରିଥିଲେ ରାହୁଲ । ୪ଟି ବଲ୍ ବାକି ଥାଇ ମ୍ୟାଚ୍ ଜିତି ନେଇଥିଲା ପୁଣେ ସୁପର ଜାଏଂଟ୍ । ଆଉ ମ୍ୟାଚ୍ ବିଜୟୀ ଇନିଂସ ପାଇଁ ରାହୁଲ ତ୍ରିପାଠୀ ହୋଇଥିଲେ ପ୍ଲେୟାର ଅଫ ଦ ମ୍ୟାଚ୍ । ଏହି ମ୍ୟାଚ୍ ଜିତି ପଏଂଟ୍ ଟେବୁଲର ତୃତୀୟ ସ୍ଥାନକୁ ଉଠିଛି ପୁଣେ ।

Comments are closed.