ନୋ ବଲରେ ମୁମ୍ବାଇ ଇଣ୍ଡିୟାନ୍ସ ଠାରୁ ହାରିଲା ବିରାଟ ବାହିନୀ ! ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ଅଧିନାୟକ ଉଠାଇଲେ ପ୍ରଶ୍ନ ।

784

ମୁମ୍ବାଇ ଇଣ୍ଡିୟାନ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଗୁରୁବାର ଖେଳାଯାଇଥିବା ଆଇପିଏଲ୍ ମ୍ୟାଚର ଶେଷ ବଲକୁ ନେଇ ଏବେ ବିବାଦ ଜୋର୍ ଧରିଛି । ମୁମ୍ବାଇର ୧୮୭ ରନକୁ କାଟିବା ପାଇଁ ବିରାଟ ବାହିନୀକୁ ଅନ୍ତିମ ବଲରେ ୭ ରନର ଆବଶ୍ୟକତା ଥିଲା । କିନ୍ତୁ୍ ନୋ ବଲ୍ ହେବା ସତ୍ତେ୍ୱ ମଧ୍ୟ ଏହାକୁ ବଲ୍ ସହ ମିଶାଯାଇଥିଲା ଯେଉଁଥିରେ ବାଙ୍ଗାଲୋର ଟିମ୍ ୬ ରନରେ ପରାସ୍ତ ହେଲା ।

 

ଅନ୍ତିମ ଓଭରରେ ମୁମ୍ବାଇର ଫାଷ୍ଟ ବୋଲର୍ ଲସିଥ୍ ମଲିଙ୍ଗା ବଲିଙ୍ଗର ଶେଷ ପର୍ଯ୍ୟନ୍ତ ରହିଥିଲେ ଏବଂ ତାଙ୍କ ସାମ୍ମାରେ ଥିଲେ ଶିବମ୍ ଦୁବେ । ଅମ୍ପାୟାରଙ୍କ ଖାମଖିଆଲ୍ ଯୋଗୁଁ କୋହଲି ରାଗିଯାଇ କହିଥିଲେ ଯେ ଆମେ ଆଇପିଏଲ୍ ଖେଳୁଛୁ କୌଣସି କ୍ଲବ୍ କ୍ରିକେଟ୍ ଖେଳୁନାହୁଁ । ଶେଷ ବଲରେ ଯାହା ହେଲା ତାହା ଅତ୍ୟନ୍ତ ନୈରାଶ୍ୟଜନକ । ଅମ୍ପାୟାର୍ ଖେଳ ସମୟରେ ଆଖି ଖୋଲା ରଖନ୍ତୁ । ଅନ୍ୟପକ୍ଷରେ ଖେଳାଳୀ ରୋହିତ୍ ଶର୍ମାଙ୍କ କହିବାନୁସାରେ ବୁମରାହଙ୍କ ଗୋଟିଏ ବଲ୍ ଯାହାକୁ ଅମ୍ପାୟାର୍ ହ୍ୱାଇଟ୍ ଦେଇଥିଲେ ତାହା ହ୍ୱାଇଟ୍ ନଥିଲା । ଏଭଳି ଖାମଖିଆଲ୍ କ୍ରିକେଟରେ ଦେଖି ଖୁବ୍ ନିରାଶ ହେଲି । ଯଦି ଏହାକୁ ଅମ୍ପାୟାର ନୋ ବଲ୍ ଘୋଷଣା କରିଥାନ୍ତେ ତେବେ ନା କେବଳ ଏକ ଏକ୍ସଟ୍ରା ରନ୍ ବରଂ ଏକ ବଲ୍ ଏବଂ ଫ୍ରି ହିଟ୍ ମଧ୍ୟ ମିଳିଥାନ୍ତା । ଏଭଳି ସ୍ଥିତିରେ ମ୍ୟାଚର ରେଜଲ୍ଟ ଅନ୍ୟ କିଛି ହୋଇଥାନ୍ତା ।