ଧୋନୀଙ୍କୁ କେବେ ହୋଇଥିଲା ପ୍ରେମ ? ଏକ ସାକ୍ଷାତକାରରେ କହିଲେ ନିଜର ଅଧୁରା ପ୍ରେମ କାହାଣୀ ।

51

ଆଇପିଏଲ୨୦୧୮ରେ ପ୍ଲେ-ଅଫରେ ପହଂଚିବା ପାଇଁ ସମସ୍ତ ଟିମ ପ୍ରୟାସ କରିବାରେ ଲାଗିପଡିଛନ୍ତି । କେହି ସହଜରେ ପହଂଚି ପାରନ୍ତି ତ କୌଣସି ଟିମକୁ ମ୍ୟାଚ ଜିତିବା ନିହାତି ଜରୁରୀ ହୋଇପଡିଛି । ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପର କିଙ୍ଗ ଟପରେ ରହିଛନ୍ତି । ହାରିବାକୁ ଯାଉଥିବା ବେଳେ ମ୍ୟାଚ ଜିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପକାଇଛନ୍ତି । ସମସ୍ତ ଖେଳାଳୀ ପଡିଆରେ ଝାଳ ବୁହାଇବାରେ ଯେଉଁଭଳି ଲାଗି ପଡିଛନ୍ତି ସେହିଭଳି ଏନ୍ଜୟ ମଧ୍ୟ କରୁଛନ୍ତି । ଏକ ପ୍ରମୋଶନାଲ ଇଭେଂଟରେ ଏମଏସ ଧୋନି ତାଙ୍କର ୧୦ଶ୍ରେଣୀରେ ହୋଇଥିବା ପ୍ରଥମ କ୍ରଶ ବିଷୟରେ କହିଛନ୍ତି ।

ଚେନ୍ନାଇ ସୁପର ସୁପରକିଙ୍ଗ ଏହି ଇଭେଂଟରେ ମାଇଣ୍ଡ ରିଡର ନରପଥ ଆସିଥିଲେ । ସେ ୟୁଟ୍ୟୁବ ସେଲିବ ଅଟନ୍ତି । ତାଙ୍କର ଅନେକ ଭିଡିଓ ୟୁଟ୍ୟୁବରେ ସମସ୍ତେ ଖୁବ ପସନ୍ଦ କରନ୍ତି । ସେ ମଂଚରେ ପହଂଚିବା ସମୟରେ ଧୋନି, ଶେନ ୱାଟସନ, ସୁରେଶ ରାଇନା ଏବଂ ରବିନ୍ଦ୍ର ଜାଡେଜା ସେଠାରେ ବସିଥିଲେ । ନରପଥ ଧୋନିଙ୍କୁ ଏକ କାଗଜରେ ତାଙ୍କର ପ୍ରଥମ କ୍ରଶଙ୍କ ନାଁ ଲେଖିବାକୁ କହିଥିଲେ । ଏହାପରେ ଧୋନିଙ୍କ ମାଇଣ୍ଡ ପଢି ସେ ତାଙ୍କର କ୍ରଶଙ୍କ ନାଁ ବୋର୍ଡରେ ଲେଖିଦେଇଥିଲେ । ଧୋନିଙ୍କ ପ୍ରଥମ କ୍ରଶର ନାଁ ସ୍ୱାତି ଥିଲା । ନରପଥ ଯେତେବେଳେ ଧୋନିଙ୍କୁ ପଚାରିଥିଲେ ସ୍ୱାତିଙ୍କ ସହ ଶେଷ ଥର ପାଇଁ କେବେ ଦେଖାହୋଇଥିଲା । ଧୋନି କହିବା ଆରମ୍ଭ କରିଥିଲେ ଏବଂ ସ୍ୱାତିଙ୍କ ସହ ତାଙ୍କର ଶେଷଥର ୧୨ତମ ଶ୍ରେଣୀରେ ଦେଖାହୋଇଥିବା କହିଥିଲେ ।

ଏହି କଥାର ଖୁଲାସା ହେବା ପରେ ଧୋନୀ କ୍ୟାମେରା ସାମ୍ନାରେ ତାଙ୍କ ସ୍ତ୍ରୀଙ୍କୁ ଏସମ୍ପର୍କରେ ନ କହିବା ପାଇଁ କହିଥିଲେ । ସୋସିଆଲ ମିଡିଆରେ ଏହାର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଚେନ୍ନାଇ ସୁପରକିଙ୍ଗ ଏହି ଭିଡିଓକୁ ଫେସବୁକରେ ପୋଷ୍ଟ କରିଥିଲେ । ଏହି ଭିଡିଓକୁ ପାଖାପାଖି ୨ଲକ୍ଷ ଭ୍ୟୁ ଏବେ ପର୍ଯ୍ୟନ୍ତ ହୋଇ ସାରିଲେଣି । ତେବେ ଫ୍ୟାନ ମାନଙ୍କୁ ଏଭଳି ଏକ ନୂଆ କଥା ଜଣା ପଡିଛି ଯାହା ଧୋନିଙ୍କ ବାୟୋପିକରେ ନଥିଲା ।