ଆଇପିଏଲ୍ ମହାସମର ! ଦୁଇ ଥରର ଚାମ୍ପିଅନ୍ ମୁମ୍ବାଇକୁ ୭ ୱିକେଟରେ ମାତ୍ ଦେଲା ପୁନେ

24

କନକ ବ୍ୟୁରୋ : ଦୁଇ ଥରର ଆଇପିଏଲ୍ ଚାମ୍ପିଅନ୍ ମୁମ୍ବାଇକୁ ମାତ୍ ଦେଲା ପୁନେ । ଆଇପିଏଲ୍ ସଂସ୍କରଣ ୧୦ର ଦ୍ୱିତୀୟ ମ୍ୟାଚରେ ମୁମ୍ବାଇକୁ ୭ ୱିକେଟରେ ହରାଇ ପୁନେ ତାର ବିଜୟ ଅଭିଯାନ ଆରମ୍ଭ କରିଛି । ଆଉ ମ୍ୟାଚର ହିରୋ ସାଜିଛନ୍ତି କ୍ୟାପଟେନ୍ ଷ୍ଟିଭେନ ସ୍ମିଥ୍ । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୧୮୪ ରନ୍ କରିଥିଲା । ବଟଲର ୩୮, ପାଣ୍ଡ୍ୟା ୩୫, ନୀତିଶ ରଣା ୩୪ ରନ୍ କରିଥିଲେ ।

ଜବାବରେ ପୁନେ ଆରମ୍ଭରୁ ଭଲ କରିଥିଲା । କ୍ୟାପଟେନ୍ ସ୍ମିଥ୍ ୫୪ ବଲରେ ୮୪ ରନ୍ ଏବଂ ରାହାଣେ ୩୪ ବଲରେ ୬୦ ରନ୍ କରି ପୁନେକୁ ବିଜୟୀ କରାଇଥିଲେ । ଆଇପିଏଲରେ ଆଜି ଗୁଜୁରାଟ ଲାୟନ୍ସକୁ ଭେଟିବ କୋଲକାତା ନାଇଟ୍ ରାଇଡର୍ସ । ରାତି ୮ଟାରେ ରାଜକୋଟରେ ଖେଳାଯିବ ଏହି ମ୍ୟାଚ୍ ।