ଆଜି ଆଇପିଏଲ୍ ସିଜିନ୍-ନାଇନର ଉଦଘାଟନୀ ଉତ୍ସବ

27

ରଂଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଆଜି ଉଦଘାଟିତ ହେବ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଆଇପିଏଲ୍ ୨୦୧୬ । ବଲିଉଡ୍ କଳାକାରଙ୍କ ଦମଦାର ପର୍ଫର୍ମାନ୍ସ ଏବଂ ଆନ୍ତଜାର୍ତୀୟ କ୍ରୀଡ଼ା ତାରକାଙ୍କ ଗହଣରେ ଆଜି ମୁମ୍ବାଇର ନ୍ୟାସନାଲ ସ୍ପୋଷ୍ଟର୍ସ କ୍ଲବରେ ଉଦ୍ଘାଟିତ ହେବ ଆଇପିଏଲର ନବମ ସଂସ୍କରଣ । ଏଥର କେଟ୍ରିନା କୈଫ, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍, ରଣବୀର ସିଂ, ହନି ସିଂ ଭଳି କଳାକାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଶଷ କରିବେ । ସେହିପରି ୱେଷ୍ଟଇଣ୍ଡିଜ୍ ଫାଷ୍ଟ ବୋଲର ଏବଂ ଆମେରିକୀୟ କଣ୍ଠଶିଳ୍ପୀ କ୍ରିସ୍ ବ୍ରାଉନ୍ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ ।