ଆଇପିଏଲ-୧୧ ପାଇଁ ନିଲାମୀ ଆରମ୍ଭ ! ୧୧ କୋଟିରେ ବିକ୍ରି ହେଲେ ଲୋକେଶ ଓ ମନୀଷ, ବେନ ଷ୍ଟୋକସଙ୍କୁ ୧୨.୫୦ କୋଟିରେ କିଣିଲା ରାଜସ୍ଥାନ, ଜାଣନ୍ତୁ କାହାର ଦର କେତେ

42

କନକ ବ୍ୟୁରୋ : ଆଇପିଏଲ ମହାସମର ପାଇଁ ଆରମ୍ଭ ହୋଇଛି ଖେଳାଳୀ ନିଲାମୀ । ବାଙ୍ଗାଲୋରରେ ଏହି ନିଲାମୀ ପ୍ରକିୟା ଆରମ୍ଭ ହୋଇଛି । ବିଶ୍ୱ କ୍ରିକେଟର ବଡ ଷ୍ଟାର କ୍ରିକେଟରଙ୍କ ନାଁ ଚଳିତଥର ନିଲାମୀ ପ୍ରକିୟାରେ ସାମିଲ ହୋଇଛି । ତେବେ ଚଳିତଥର ନିଲାମୀରେ ପ୍ରଥମ ସେସନରେ ଇଂଲଣ୍ଟର ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ କିଣିଛି ୧୨ କୋଟି ୫୦ ଲକ୍ଷ ଟଙ୍କାରେ କିଣିଛି ରାଜସ୍ଥାନ ରୟାଲ୍ସ । ଏହାସହ ବେନ ଷ୍ଟୋକ୍ସ ଏବେ ଚଳିତ ଆଇପିଏଲର ପ୍ରଥମ ସେସନରେ ସବୁଠାରୁ ଦାମୀ ଖେଳାଳୀ ଭାବେ ଉଭା ହୋଇଛନ୍ତି । ସେହିଭଳି ଭାରତୀୟ ଖେଳାଳୀଙ୍କ ମଧ୍ୟରେ ସବୁଠାରୁୁ ଦାମୀ ଖେଳାଳି ଭାବେ ଉଭା ହୋଇଛନ୍ତି କେ.ଏଲ ରାହୁଲ । ପଞ୍ଜାବ ତାଙ୍କୁ ୧୧ କୋଟି ଟଙ୍କା ଦେଇ କିଣିଛି । ତେବେ ସବୁଠାରୁ ଆଶ୍ଚଯ୍ୟଜନକ କଥା ହେଉଛି ଟ୍ୱି-୨୦ ମ୍ୟାଚର ଦୁର୍ଦ୍ଧଷ ବ୍ୟାଟସମ୍ୟାନ କ୍ରିସ ଗେଲଙ୍କ ଉପରେ କୌଣସି ଦଳ ଭରଷା କରି ପାରିନାହିଁ । ଏପରିକି ତାଙ୍କୁ କିଣିବା ପାଇଁ କୌଣସି ଦଳ ଆଗ୍ରହ ପ୍ରକାଶ କରିନାହିଁ ।

କାହାର ଦାମ କେତେ:
ଦିଲ୍ଲୀ ଡେୟାରଡେଭିଲସ:
ଜେସନ ରୟ ( ଇଂଲଣ୍ଡ) : ୧.୬ କୋଟି, ଗୌତମ ଗମ୍ଭୀର(ଭାରତ) ୨.୮ କୋଟି, ଗ୍ଲେନ ମ୍ୟାକ୍ସୱେଲ(ଅଷ୍ଟ୍ରେଲିଆ): ୯ କୋଟି
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର :
ମ୍ୟାକକୁଲମ (ନ୍ୟୁଜଲାଣ୍ଡ) : ୩.୬ କୋଟି,
କିଙ୍ଗସ ଇଲେଭେନ ପଞ୍ଜାବ:
ଡେଭିଡ ମିଲର(ଦକ୍ଷିଣ ଆଫ୍ରିକା): ୩ କୋଟି, ଏରୋନ ଫିଞ୍ଚ (ଅଷ୍ଟ୍ରେଲିଆ): ୬.୨ କୋଟି, ଲୋକେଶ ରାହୁଲ (ଭାରତ): ୧୧ କୋଟି, କରୁଣ ନାୟାର(ଭାରତ): ୫.୬ କୋଟି, ଯୁବରାଜ ସିଂହ(ଭାରତ) : ୨ କୋଟି, ଆର.ଅଶ୍ୱିନ(ଭାରତ): ୭.୬ କୋଟି

ସନ ରାଇଜର୍ସ ହାଇଦ୍ରାବାଦ:
ସାକିବ ଅଲ ହାସନ(ବାଂଲାଦେଶ): ୨ କୋଟି, କେନ ୱିଲୟମସ(ନ୍ୟୁଜିଲାଣ୍ଡ): ୩ କୋଟି,ଶିଖର ଧୱନ (ଭାରତ): ୫.୨ କୋଟି, ମନୀଷ ପାଣ୍ଡେ(ଭାରତ): ୧୧ କୋଟି,
ଚେନ୍ନାଇ ସୁପର କିଙ୍ଗସ:
ହରଭଜନ ସିଂହ( ଭାରତ): ୨ କୋଟି, ଫାଫ୍ ଡୁ ପ୍ଲେସିସ(ଦକ୍ଷିଣ ଆଫ୍ରିକା): ୧.୬ କୋଟି, ଡ୍ୱେନ ବାଭ୍ରୋ(ୱେଷ୍ଟଇଣ୍ଡିଜ): ୬.୪ କୋଟି,
କୋଲକାତା ନାଇଟ ରାଇଡର୍ସ:
ମିଚେଲ ଷ୍ଟାର୍କ(ଅଷ୍ଟ୍ରେଲିଆ): ୯.୪ କୋଟି, କ୍ରିସ ଲିନ(ଅଷ୍ଟ୍ରେଲିଆ): ୯.୬ କୋଟି,
ରାଜସ୍ଥାନ ରୟାଲ୍ସ:
ଅଜିଙ୍କ୍ୟ ରାହାଣେ(ଭାରତ): ୪କୋଟି, ବେନ ଷ୍ଟୋକସ(ଇଂଲଣ୍ଡ): ୧୨.୫ କୋଟି,
ମୁମ୍ବାଇ ଇଣ୍ଡିଆନ୍ସ:
କିରଣ ପୋଲାର୍ଡ(ୱେଷ୍ଟଇଣ୍ଡିଜ): ୫.୪ କୋଟି,
ତେବେ ମାର୍ଟିନ ଗୁପ୍ଟିଲ, ହାସିମ ଆମଲା, ମୁରଲୀ ବିଜୟ ଜୋ ରୁଟଙ୍କ ଭଳି ଆର୍ନ୍ତଜାତୀୟ ଖେଳାଳୀଙ୍କୁ କୌଣସି ଦଳ କିଣିନାହାନ୍ତି ।