ଆଇପିଏଲରେ ଧୋନିଙ୍କ ଘରବାହୁଡ଼ା ! ଗମ୍ଭୀରଙ୍କୁ ଛାଡିଲା କେକେଆର, କ୍ୟାପଟେନ କୋହଲି ସବୁଠାରୁ ମହଙ୍ଗା ଖେଳାଳି, ଜାଣନ୍ତୁ କେଉଁ ଦଳରେ କିଏ ରହିଲେ

66

ଆଇପିଏଲ ୨୦୧୮ ପାଇଁ ଖେଳାଳି ରିଟେନ ପ୍ରକିୟା ଶେଷ ହୋଇଛି । ସବୁ ଦଳ ପାଇଁ ଗୁରବାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଡେଡଲାଇନ ରହିଥିଲା । ଏହି ସମୟସୀମା ମଧ୍ୟରେ କେଉଁ ଫ୍ରାଞ୍ଚାଇଜ କେଉଁ ଖେଳାଳିଙ୍କୁ ନିଲାମ ପାଇଁ ଛାଡିବ ଓ କାହାକୁ ଦଳରେ ରଖିବ ସେ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ କୁହାଯାଇଥିଲା । ରିଟେନ ପ୍ରକିୟା ପାଇଁ ଡେଡଲାଇନ ଶେଷ ହେବା ପରେ କେଉଁ ଖେଳାଳି କେଉଁ ଦଳରେ ରହିଛନ୍ତି ତାହା ସାମ୍ନାକୁ ଆସିଛି ।

05trophyରିଟେନ ଡେଡଲାଇନ ସରିବା ପରେ ପୁରୁଣା ଦଳ ଚେନ୍ନାଇ ସୁପର କିଙ୍ଗସ ଦଳକୁ ଫେରିଛନ୍ତି ମହେନ୍ଦ୍ର ସିଂହ ଧୋନି । ଧୋନିଙ୍କୁ ୧୫ କୋଟି ଟଙ୍କା ଦେଇ ଦଳରେ ରଖିଛି ଚେନ୍ନାଇ । ସେହିଭଳି ଭାରତର ଅଧିନାୟକ ବିରାଟ କୋହଲିଙ୍କୁ ମଧ୍ୟ ଆରସିବି ନିଲାମ ପ୍ରକିୟାକୁ ନ ଛାଡି ୧୭ କୋଟି ଟଙ୍କା ଦେଇ ଦଳରେ ରଖିଛି । ଯାହାଫଳରେ ବିରାଟ ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି । ରୋହିତ ଶର୍ମା ପୂର୍ବଭଳି ଚଳିତବର୍ଷ ମଧ୍ୟ ମୁମ୍ବାଇ ପକ୍ଷରୁ ଖେଳିବେ । ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଭାବେ ଗୌତମ ଗମ୍ଭୀରଙ୍କୁ ରିଟେନ କରିନାହିଁ କେକେଆର । ସେହିଭଳି ଦୁର୍ଦ୍ଦଷ ବ୍ୟାଟସମ୍ୟାନ କ୍ରିସ ଗେଲଙ୍କୁ ନିଲାମ ପାଇଁ ଛାଡିଛି ଆରସିବି । ସୁରେଶ ରୈନା ଓ ରବୀନ୍ଦ୍ର ଜାଡେଜା ଚେନ୍ନାଇ ଦଳକୁ ଫେରିଥିବା ବେଳେ ହାଦ୍ଦିକ ପାଣ୍ଡ୍ୟାକୁ ମୁମ୍ବାଇ ଓ ଡେଭିଡ ୱାନରଙ୍କୁ ରିଟେନ କରିଛି ସନରାଇର୍ଜସ ହାଇଦ୍ରାବାଦ । ଏସବୁ ବାଦ ଦୁଇବର୍ଷ ପରେ ଆଇପିଏଲକୁ ଫେରିଥିବା ରାଜସ୍ଥାନ ରୟାଲ୍ସ ସ୍ଟିଭ ସ୍ମିଥଙ୍କୁ ରିଟେନ କରିଛି । ଆଇପିଏଲର ୧୧ ତମ ସଂସ୍କରଣ ପାଇଁ ଆଗାମୀ ଜାନୁଆରୀ ୨୭ ଓ ୨୮ରେ ଖେଳାଳିଙ୍କ ନିଲାମ ହେବ ।

କେଉଁ ଖେଳାଳି ଦଳକୁ ଫେରିଲେ କେଉଁ ଖେଳାଳି ବାଦ ପଡିଲେ :
ଚେନ୍ନାଇ ସୁପର କିଙ୍ଗସ:
ଏମ.ଏସ ଧୋନି (୧୫ କୋଟି), ସୁରେଶ ରୈନା (୧୧ କୋଟି), ରବୀନ୍ଦ୍ର ଜାଡେଜା (୭ କୋଟି)
ଦିଲ୍ଲୀ ଡେୟାରଡେଭିଲସ :
ଋିଷଭ ପନ୍ତ (୧୫ କୋଟି), କ୍ରିସ ମୋରିସ (୧୧ କୋଟି), ଶ୍ରେୟାସ ଆୟାର (୭ କୋଟି)
କିଙ୍ଗସ ଇଲେଭେନ ପଞ୍ଜାବ :
ଅକ୍ଷର ପଟେଲ (୧୨.୫ କୋଟି)
କୋଲକାତା ନାଇଟ ରାଇର୍ଡସ :
ସୁନିଲ ନାରାୟଣ (୧୨.୫ କୋଟି), ଆନ୍ଦ୍ରେ ରସେଲ ( ୮,୫ କୋଟି )
ମୁମ୍ବାଇ ଇଣ୍ଡିଆନ୍ସ :
ରୋହିତ ଶର୍ମା (୧୫ କୋଟି), ହାର୍ଦ୍ଦିକ ପାଣ୍ଡ୍ୟା (୧୧ କୋଟି), ଯଶପ୍ରୀତ ବୁମରାହ ( ୭ କୋଟି)
ରାଜସ୍ଥାନ ରୟାଲ୍ସ :
ଷ୍ଟିଭ ସ୍ମିଥ ( ୧୨.୫ କୋଟି)
ଋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର :
ବିରାଟ କୋହଲି (୧୭ କୋଟି ), ଏବି ଡି ଭିଲିୟର୍ସ ( ୧୧ କୋଟି), ସର୍ଫରାଜ ଖାନ (୩ କୋଟି)
ସନରାଇର୍ଜସ ହାଇଦ୍ରାବାଦ :
ଡେଭିଡ ୱାନର (୧୨.୫ କୋଟି), ଭୁବନେଶ୍ୱର କୁମାର (୮.୫ କୋଟି )