ଆଇଓସିଏଲରୁ ତେଲ ଚୋରି

26

ପାରାଦ୍ୱୀପ: ଆଇଓସିଏଲରୁ ତେଲ ଚୋରି । ଆଖିରେ ନଦେଖିଲେ ବିଶ୍ୱାସ କରିହେବ ନାହିଁ । ଅଭିନବ ଉପାୟରେ ପାରାଦୀପ ତୈଳ ବିଶୋଧନାଗାରରୁ ଚାଲିଛି ଲୁଟ୍ । ଆଇଓସିଏଲର ପାଇପ କଣାକରି ଲୁଟ୍ ହେଉଛି ପେଟ୍ରୋଲ, ଡିଜେଲ ଓ କିରୋସିନ୍ । ପାରାଦୀପ ନେହେରୁ ବଙ୍ଗଳା ରାସ୍ତା କଡ ଦେଇ ଯାଇଥିବା ପାଇପ ଲାଇନରୁ ଏଭଳି ବେଧଡକ ହେଉଛି ତେଲ ଚୋରି । ଏହି ରାସ୍ତା ଦେଇ ଯାଇଥିବା ୩ଟି ପାଇପ ଲାଇନକୁ କଣାକରି ଲକ୍ଷାଧିକ ଟଙ୍କାର କିରୋସିନ ଓ ପେଟ୍ରୋଲ, ଡିଜେଲ ଲୁଟ୍ ହେଉଛି ।  ରାସ୍ତା କଡରେ ଯାଇଥିବା କମ୍ପାନିର ପାଇପକୁ କଣାକରି ଅନ୍ୟ ପାଇପ ସାହାଯ୍ୟରେ ଏଥରୁ ଅଭିନବ ଉପାୟରେ ଚୋରି ହେଉଛି ତେଲ ।

କମ୍ପାନିର ତେଲ ପାଇପ ଓ ରାସ୍ତା ମଝରେ ଏକ ନାଳ ଥିବାରୁ ତେଲ ଚୋରି ପାଇଁ ଏହି ନାଳ ମଝିଦେଇ ଆଉଏକ ପାଇପ ସାହାଯ୍ୟରେ ତେଲ ପରିବହନ ହେଉଛି । ଆଉ ରାସ୍ତା କଡରେ ଗାଡିରେ ବୋଝେଇ ହୋଇଛି ଡ୍ରମ । ଏଥିରେ ଭର୍ତି କରି ଦୁର୍ବୃତ ବୋହି ନେଉଛନ୍ତି ହଜାର ହଜାର ଲିଟର ପେଟ୍ରୋଲ, ଡିଜେଲ ଓ କିରୋସିନ୍ । ତେବେ ବନ୍ଦରରେ ଜାହାଜ ଲାଗିବା ସମୟରେ ହିଁ ଏହି ଚୋରି ଦେଖିବାକୁ ମିଳେ । କାରଣ ଏହିଦିନ ଜାହାଜରୁ ତେଲ ଡିପୋକୁ ତେଲ ପରିବହନ ବେଳେ ପାଇପରେ ଅଧିକ ପ୍ରେସର ଥାଏ ଏବଂ ତେଲ ଚୋରି କରିବାକୁ ସୁବିଧା ହୁଏ ବୋଲି ଜଣା ପଡିଛି ।