ତୁଟୁନି ଆଇଓସିଏଲ ବିବାଦ ! ରାଜ୍ୟ ସରକାର ଓ ଆଇଓସିଏଲ କର୍ତୃପକ୍ଷଙ୍କ ମଧ୍ୟରେ ଆଜି ଦିଲ୍ଲୀରେ ପୁଣି ବସୁଛି ବୈଠକ

0

କନକ ବ୍ୟୁରୋ : ଆଇଓସିଏଲ ବିବାଦକୁ ନେଇ ଆଜି ଦିଲ୍ଲୀରେ ରାଜ୍ୟ ସରକାର ଓ ଆଇଓସିଏଲ କର୍ତୃପକ୍ଷଙ୍କ ମଧ୍ୟରେ ବୈଠକ ହେଉଛି । ପୂର୍ବରୁ ଏପ୍ରିଲ ୨୪ରେ ଏ ନେଇ ବୈଠର ବସଥିଲେ ବି ଏହା ବିଫଳ ହୋଇଥିଲା । ଆଇଓସିଏଲକୁ ବକେୟା ଟଙ୍କା ପୈଠ ପାଇଁ ରାଜ୍ୟ ସରକାର କହିବା ପରେ ଦୁଇ ପକ୍ଷ ମଧ୍ୟରେ ବିବାଦ ଦେଖାଦେଇଛି ।

ବିବାଦର ସମାଧାନ ପାଇଁ ତିନି ତିନି ଥର ବୈଠକ ହୋଇଥିଲେ ବି ସମାଧାନର ବାଟ ବାହାରିପାରିନାହିଁ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ପାଇଁ ଆଶା କରିଥିଲେ । କିନ୍ତୁ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, ଓଡିଶାର ଦାବି ପ୍ରତି କେନ୍ଦ୍ର ସରକାର ଧ୍ୟାନ ଦେବେ ।

Comments are closed.