ଆଇଓସିଏଲରେ ଓଡିଆଙ୍କ ନିଯୁକ୍ତି ଏକ ଭଲ ପ୍ରସ୍ତାବ : ବିଜୟଙ୍କ ପ୍ରଶ୍ନରେ ଧର୍ମେନ୍ଦ୍ରଙ୍କ ଉତ୍ତର

48

କନକ ବ୍ୟୁରୋ : ଆଇଓସିଏଲ୍ ଓ ଅନ୍ୟ ପ୍ରକଳ୍ପରେ ଓଡିଆ ପିଲାଙ୍କୁ ନିଯୁକ୍ତି ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲେଖିଥିବା ଚିଠି ଉପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ବିଜେପିର ବରିଷ୍ଠ ମନ୍ତ୍ରୀ ବିଜୟ ମହାପାତ୍ର । ପ୍ରତିକ୍ରିୟାରେ ସେ ପୁଣି ନିଜ କଥାକୁ ଦୋହରାଇଛନ୍ତି ।  ବିଜୟ କହିଛନ୍ତି , ଏହା ଏକ ରାଜନୈତିକ ପ୍ରସଙ୍ଗ ନୁହେଁ ।  ସେ କହିଛନ୍ତି, ଓଡିଆ ପିଲାଙ୍କ ଦକ୍ଷତା ଥାଇ ଅଣ ଓଡିଆ ପିଲାଙ୍କୁ ନିଯୁକ୍ତି ଦିଆଯାଇଛି ।

ଉଦଘାଟନୀ ସଭାରେ କେନ୍ଦ୍ରମନ୍ତ୍ରୀ ଓଡିଆ ପିଲାଙ୍କୁ ଚାକିରି କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବ ବୋଲି କହିଥିଲେ । କିନ୍ତୁ ୪୦ ହଜାର କୋଟିର ପୁଞ୍ଜିନିବେଶରେ ୪୦ ଜଣ ସ୍ଥାନୀୟ ପିଲା ବି ନିଯୁକ୍ତି ପାଇନାହାନ୍ତି । କେନ୍ଦ୍ରାପଡାରୁ ମୁଁ ପ୍ରତିନିଧିତ୍ୱ କରୁଥିବାରୁ ସେ ଚିଠି ଲେଖିଥିବା କହିଛନ୍ତି ବିଜୟ ମହାପାତ୍ର । ତେବେ ବିଜୟଙ୍କ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ଏହା ଏକ ଭଲ ପ୍ରସ୍ତାବ ।