ଅଫରରେ ଆଗୁଆ କିନ୍ତୁ ସ୍ପିଡରେ ପଛୁଆ ! ଇଣ୍ଟରନେଟ୍ କ୍ଷେତ୍ରରେ ଜିଓକୁ ମାତ୍ ଦେଲା ଏୟାରଟେଲ୍

73

ଦେଶରେ ମୋଦି, ଯୋଗୀ ପରେ ଯଦି କେହି ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛି ତେବେ ତାହା ହେଉଛି ଜିଓ । ଜିଓ ଗୋଟିଏ ପରେ ଗୋଟିଏ ଏମିତି ଧମାକାଦାର୍ ଅଫର୍ ଆଣୁଛି ଯାହାଦ୍ୱାରା ଗ୍ରାହକ ଅନ୍ୟ କୌଣସି କମ୍ପାନୀ ବିଷୟରେ ଭାବୁ ନାହାଁନ୍ତି ମଧ୍ୟ । ବର୍ତ୍ତମାନ ସୁଦ୍ଧା ଜିଓର ଗ୍ରାହକ ସଂଖ୍ୟା ହୋଇ ସାରିଲାଣି ପ୍ରାୟ ୧୨୫ ମିଲିୟନ୍ । ମାଗଣା ଭଏସ୍ କଲ୍ ସହ ଦମଦାର୍ ଅଫର ପାଇଁ ଅନ୍ୟ କମ୍ପାନୀକୁ ପଛରେ ପକାଇ ଦେଇଛି ଜିଓ । କିନ୍ତୁ ଇଣ୍ଟରନେଟ୍ ସ୍ପିଡ୍ କ୍ଷେତ୍ରରେ ନିଜ ଗ୍ରାହକଙ୍କୁ ନିରାଶ କରିଛି ଜିଓ । ଏୟାରଟେଲର ଇଣ୍ଟରନେଟ୍ ସ୍ପିଡ୍ ସବୁଠାରୁ ଅଧିକ ଥିବା ବେଳେ ପଛରେ ରହିଛି ଜିଓ ।

ଜିଓର ସ୍ପିଡ୍ ୫୦ଏମବିପିଏସ୍ ଥିବା ବେଳେ ଏୟାରଟେଲ୍, ଭୋଡାଫୋନ୍ ଏବଂ ଆଇଡିଆର ଯଥାକ୍ରମେ ରହିଛି ୫୬.୯ ଏମବିପିଏସ୍, ୩୬.୫ ଏମବିପିଏସ୍ ଏବଂ ୨୯.୮ ଏମବିପିଏସ୍ । ସେହିପରି ୪ଜି ଡାଉନଲୋଡ୍ ସ୍ପିଡରେ ଅନ୍ୟ ଟେଲିକମ୍ କମ୍ପାନୀଠୁ ପଛରେ ପଡିଯାଇଛି ଜିଓ । ଏୟାରଟେଲର ୪ଜି ଡାଉନଲୋଡ୍ ସ୍ପିଡ୍ ୧୧.୫ ଏମବିପିଏସ୍ ଥିବା ବେଳେ ଆଇଡିଆର ରହିଛି ୯ ଏମବିପିଏସ୍ । କିନ୍ତୁ ଜିଓର ରହିଛି ମାତ୍ର ୩.୯ ଏମବିପିଏସ୍ । ଏପରିକି ଜିଓର ୪ଜି ଡାଉନଲୋଡ୍ ସ୍ପିଡ୍ ଏୟାରଟେଲର ୩ଜି ଠାରୁ ମଧ୍ୟ କମ୍ ରହିଛି । କାରଣ ଏୟାରଟେଲର ୩ଜି ଡାଉନଲୋଡ୍ ସ୍ପିଡ୍ ରହିଛି ୪.୪ ଏମବିପିଏସ୍ ।

ଜାଣି ଆଶ୍ଚର୍ଯ୍ୟ ହେବେ ହାରିହାରି ୪ଜି ଡାଉନଲୋଡ୍ କ୍ଷେତ୍ରରେ ଭାରତର ରାଙ୍କ୍ ରହିଛି ୭୪ । ଯାହାକି ପଡୋଶୀ ପାକିସ୍ତାନ ଏବଂ ଶ୍ରୀଲଙ୍କାଠାରୁ ଅନେକ ପଛରେ ।