ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରଙ୍କ ପୁଅ ଗିରଫ ! ଆଇଏନଏକ୍ସ ମିଡିଆ ଲାଂଚ ମାମଲାରେ କାର୍ତ୍ତି ଚିଦାମ୍ବରମଙ୍କୁ ଗିରଫ କଲା ସିବିଆଇ

22

କନକ ବ୍ୟୁରୋ: ମନିଂ ଲଣ୍ଡରିଂ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ଗିରଫ କରିଛି ସିବିଆଇ । ଆଜି ସକାଳେ ଚେନ୍ନାଇ ବିମାନବନ୍ଦରରେ କାର୍ତ୍ତି ଗିରଫ ହୋଇଛନ୍ତି । ସେ ଲଣ୍ଡନରୁ ଭାରତ ଫେରୁଥିଲେ । ଆଇଏନଏକ୍ସ ମିଡିଆ ନେଇ ଥିବା ମାମଲାରେ କାର୍ତିଙ୍କୁ ଗିରଫ କରିଛି ସିବିଆଇ । ମନି ଲଣ୍ଡରିଂ ମାମାଲାର ତଦନ୍ତ ପ୍ରବର୍ତନ ନିର୍ଦ୍ଦେଶାଳୟ କରୁଛି ।

ଜାନୁଆରୀ ୧୯ ତାରିଖରେ କାର୍ତ୍ତିଙ୍କୁ ପ୍ରାୟ ୧୧ ଘଂଟା ଧରି ପଚରାଉଚରା କରିଥିଲା । ଗତବର୍ଷ ମେ ମାସରେ କାର୍ତି ଚିଦାମ୍ବରମ ଓ ଅନ୍ୟମାନଙ୍କ ବିରୋଧରେ ଇଡି ମାମଲା ଦାୟର କରିଥିଲା । କାର୍ତ୍ତି ଚିଦାମ୍ବରମଙ୍କ ନାଁରେ ଅଭିଯୋଗ ହେଲା, ଟ୍ୟାକ୍ସ ସମ୍ପର୍କୀୟ ତଦନ୍ତରୁ ବଂଚିବା ଲାଗି ଆଇଏନଏକ୍ସ ମିଡିଆରୁ ଟଙ୍କା ନେଇଥିଲେ ।

କାର୍ତ୍ତି ଚିଦାମ୍ବରମ ଏଭଳି ଅଭିଯୋଗକୁ ବାରମ୍ବାର ଖଣ୍ଡନ କରିଆସୁଛନ୍ତି । ମାମଲାରେ କାର୍ତ୍ତି ଚିଦାମ୍ବରମଙ୍କ ଟାଟାର୍ଡ ଆକାଉଟାଂଟ ଏସ.ଭାସ୍କରରମଣଙ୍କୁ ଗିରଫ କରିସାରିଛି ସିବିଆଇ ।