ଚର୍ଚ୍ଚାରେ ବିବାହ ନିମନ୍ତ୍ରଣ ପତ୍ର ! ଝିଅ ପାଇଁ ନେତା ବନେଇଲେ ଏଲସିଡି ୱେଡିଂ କାର୍ଡ

163

ଆଜିକାଲି ବିବାହ ଋତୁ । ଆପଣ ବି ଅନେକ ବିବାହ ନିମନ୍ତ୍ରଣ ପତ୍ର ପାଇଥିବେ ଓ ବିବାହକୁ ଯାଇଥିଲେ । ଆଜିର ଡିଜିଟାଲ ଯୁଗରେ ସବୁ କିଛି ଡିଜିଟାଲ ହୋଇଗଲାଣି । ଆଉ ବିବାହର ନିମନ୍ତ୍ରଣ ପତ୍ର ମଧ୍ୟ ସେମିତି ଅଭିନବ ଢଙ୍ଗରେ ହେଲାଣି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବିବାହର ନିମନ୍ତ୍ରଣ ପତ୍ର ଏଲସିଡିରେ ହୋଇଛି । ଏହି କାର୍ଡ ଏବେ ଚର୍ଚ୍ଚାରେ । ନବଭାରତରେ ପ୍ରକାଶିତ ହୋଇଛି ଏମିତି ଏକ ଖବର ।

ଉଲ୍ଲେଖନୀୟ ଯେ , ଗତ ବର୍ଷ ଖଣି ବ୍ୟବସାୟ ଓ କର୍ଣ୍ଣାଟକ ସରକାରଙ୍କର ପୂର୍ବ ମନ୍ତ୍ରୀ ଜନାର୍ଦ୍ଦନ ରେଡ୍ଡୀଙ୍କର ଝିଅଙ୍କର ୫୦୦କୋଟିର ବିବାହର ଏଲସିଡି ଇନଭିଟେସନ କାର୍ଡକୁ ନେଇ ଚର୍ଚ୍ଚା ହୋଇ ଥିଲା । ଚଳିତ ବର୍ଷ ଜେଡି(ଏସ୍) ନେତା ଏଲଆର୍ ଶିବରାମଗୌଡା ମଧ୍ୟ ନିଜର ଝିଅ ର ବିବାହ ପାଇଁ ନିମନ୍ତ୍ରଣ ପତ୍ରକୁ ଏମିତି କିଛି ଖାସ୍ ଭାବରେ ବନେଇଛନ୍ତି ।

ଭବ୍ୟାଙ୍କର ବିବାହର ଇନଭିଟେସନରେ ପାଖାପାଖି ୩ମିନିଟର ଭିଡିଓ ରହିଛି । ଏହି ଭିଡିଓରେ ଶିବରାମଗୌଡା ନିଜର ପରିବାର ଓ ହେବାକୁ ଥିବା ବର ସହିତନଜର ଆସିଛନ୍ତି । ଏହି ସବୁ ଭିଡିଓରେ କନ୍ନଡ ଗୀତ ଗାଉଥିବାର ଲୋକଙ୍କୁ ବିବାହରେ ଆମନ୍ତ୍ରିତ କରୁଛନ୍ତି । ଏଥିରେ କଷ୍ଟ୍ୟୁମ ବଦଳେଇବା ସହ ବର ଓ ତାଙ୍କର ଭାଇଙ୍କ ପରିବାର ମଧ୍ୟରେ କଥାବାର୍ତ୍ତା , ଫୁଲର ବର୍ଷା ଓ ନର୍ତ୍ତକୀଙ୍କର ନୃତ୍ୟ ସାମିଲ୍ ଥିଲା ।

ଏହିପରି ଭାବେ ଗତ ବର୍ଷ ରେଡ୍ଡୀଙ୍କର ଝିଅ ବ୍ରହ୍ମାଣୀଙ୍କର ବିବାହ ଓ କାର୍ଡ ହାଇଲାଇଟରେ ଥିଲା । ବ୍ରହ୍ମାଣୀଙ୍କ କାର୍ଡରେ ଏଲସିଡି ସ୍କ୍ରିନ୍ ଲାଗିଥିଲା । ଯେଉଁଥିରେ ଅଟୋ ପ୍ଲେ ମୋଡରେ ଏକ ଗୀତ ମଧ୍ୟ ସେଟ୍ କରାଯାଇଥିଲା । ଭବ୍ୟାଙ୍କ ବିବାହ ପ୍ୟାଲେସ୍ ଗ୍ରାଉଣ୍ଡରେ ୬ ଓ ୭ ଡିସେମ୍ବରରେ ହେବ । ୨୬ ବର୍ଷୀୟ ଭବ୍ୟା ଗୌଡା ମଡେଲଙ୍କ ସହ ଇଂଟରନ୍ୟାସନାଲ୍ ଅଭିନେତ୍ରୀ ଓ ବିୟୁଟି କ୍ୱିନ୍ ମଧ୍ୟ ହୋଇଛନ୍ତି । ଭବ୍ୟା ବେଙ୍ଗାଲୁରୁର ଅଭିନେତା ରାଜୀବ ରାଠୋରଙ୍କୁ ବିବାହ କରୁଛନ୍ତି । ଭବ୍ୟାଙ୍କର ପିତା ଶିବରାମ୍ ଗୌଡା ଓ ବଡ ଭାଇ ଚେତନ ଗୌଡା ରାଜନୈତିକ କ୍ଷେତ୍ର ସହ ଜଡିତ । ଶିବରାମ ବେଙ୍ଗାଲୁରୁ ବିକାଶ ପ୍ରାଧିକରଣର ଚେୟାରମ୍ୟାନ୍ ଓ ପୂର୍ବ ବିଧାୟକ ମଧ୍ୟ ହୋଇସାରିଛନ୍ତି ।