ଝିଅର ବିବାହ ନିମନ୍ତ୍ରଣ କାର୍ଡ଼ରେ କନୌଜର ଜଣେ ଚାଷୀ ଛପାଇଲେ ତିନୋଟି ଶବ୍ଦ ! ସମାଜ ପାଇଁ ସୃଷ୍ଟି ହେଲା ଉଦାହରଣ, ଜାଣନ୍ତୁ କ’ଣ ସେହି ତିନି ଶବ୍ଦ ?

59

ଏବେ ଚାଲିଛି ବିବାହ ଋତୁ । ବେଶ୍ ଜାମଜମକରେ ବିବାହ ହେଉଛି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବିବାହ କରାଉଛନ୍ତି ପରିବାର ଲୋକେ । ତେବେ ଏହି ବିବାହ ଉତ୍ସବରେ ନିଜର ବର୍ତ୍ତବ୍ୟପରାୟତାକୁ କେତେ ଜଣ ମନେରଖୁଛନ୍ତି ? ଅଧିକ ଟଙ୍କା ଖର୍ଚ୍ଚ କରି ବିବାହ କରାଇଲେ କ’ଣ ଲାଭ ହେଉଛି ? ବିବାହ ଶେଷ ହେଲା ପରେ ଚାରିଆଡ଼େ କୁଢ଼କୁଢ଼ ମଇଳା, ଖାଦ୍ୟ ନଷ୍ଟ ହେବା ସହ ବରଯାତ୍ରୀରେ ଆସୁଥିବା ଲୋକେ ନିଶା ସେବନ କରି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ଖୁବ କମ୍ ଲୋକ ହିଁ ବିବାହ ସମୟରେ ଏଥିପ୍ରତି ଧ୍ୟାନ ଦିଅନ୍ତି ଏବଂ ସଚେତନ ଥାଆନ୍ତି । ଉତ୍ତର ପ୍ରଦେଶର କନ୍ନୌଜ ଜିଲ୍ଲାରେ ଜଣେ ବ୍ୟକ୍ତି ନିଜ ଝିଅର ବିବାହ କାର୍ଡରେ ଏପରି କିଛି ଛପାଇଛନ୍ତି, ଯାହା ଦେଖି ଲୋକେପ୍ରସଂଶା ନ କରି ରହି ପାରୁନାହାନ୍ତି । ଏହାକୁ ନେଇ କନ୍ୟାର ବାପା ଏବେ ଚର୍ଚ୍ଚା ପରିସରକୁ ଆସିଛନ୍ତି । ତାଙ୍କର ପଦକ୍ଷେପକୁ ଲୋକମାନେ ସମର୍ଥନ ମଧ୍ୟ କରୁଛନ୍ତି । ତେବେ ଆପଣ ଭାବୁଥିବେ ନିମନ୍ତ୍ରଣ ପତ୍ରରେ ଏପରି କ’ଣ ଛପାହୋଇଛି, ଯଦ୍ୱାରା ଲୋକେ ତାଙ୍କ ପ୍ରଶଂସା ଗାନ କରୁଛନ୍ତି ।

ଆଜିକାଲି ପ୍ରାୟ ସମସ୍ତେ ବିବାହ ଉତ୍ସହକୁ ଅଧିକ ଖାସ କରିବାକୁ ବିଭିନ୍ନ ଚେଷ୍ଟା କରୁଛନ୍ତି । ବିବାହ ସମୟରେ ସମସ୍ତେ ନୂଆ ପୋଷାକ ପିନ୍ଧିବା ପାଇଁ ପସନ୍ଦ କରନ୍ତି । ଏହା ବ୍ୟତୀତ ଆଜିକାଲି ବିବାହରେ ଆକାଶରୁ ବରମାଳା ପିନ୍ଧାଇବା କିମ୍ବା ବର ହେଲିକପ୍ଟରରେ ଆସିବା ନିହାତି ଏକ ସାଧାରଣ କଥା ହୋଇଗଲାଣି । ଆଉ ଏପରି ମନଭାବ ଆଜିକାଲି ଯୁବପିଢିମାନଙ୍କ ପାଇଁ ଅତି ସାଧାରଣ କଥା ।

ତେବେ କନୌଜ ଜିଲ୍ଲାର ତାଳଗ୍ରାମର ଜଣେ କୃଷକ ନିଜ ଝିଅର ବିବାହ କାର୍ଡରେ ମଦ ପିଇବା ମନା ବୋଲି ଛପାଇଥିଲେ । ତାଙ୍କର ଏହି ନିଷ୍ପତ୍ତିକୁ ଅନେକ ଲୋକ ପ୍ରଶଂସା କରୁଛନ୍ତି । କିଛି ଲୋକଙ୍କ କହିବା ଅନୁସାରେ ଏପରି କରିବା ଦ୍ୱାରା ମଦକୁ ବନ୍ଦ କରାଯାଇପାରିବ । ତେବେ ବ୍ୟକ୍ତି ଜଣଙ୍କୁ ଏପରି କରିବାର କାରଣ କ’ଣ ପଚାରିବାରୁ ସେ କହିଛନ୍ତି ଯେ ଏହା ସମାଜ ପାଇଁ ଏକ ବାର୍ତ୍ତା । ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ ହାନିକାରକ । ଯେଉଁଥି ପାଇଁ ଏଭଳି ଏକ ପଦକ୍ଷେପ ନେଇଛନ୍ତି ବୋଲି କୃଷକ ଜଣକ ପ୍ରକାଶ କରିଛନ୍ତି । ନିଶା ସେବନ ଦ୍ୱାରା ବିବାହ ଉତ୍ସବରେ ବ୍ୟକ୍ତିମାନେ ତାଙ୍କ ମାନ ମର୍ଯ୍ୟାଦା ଭୁଲି ଯାଇଥାନ୍ତି । ବିବାହରେ ବିଭିନ୍ନ ପ୍ରକାର ବିଶୃଙ୍ଖଳା ସୃଷ୍ଟି କରନ୍ତି । ଏବଂ ପ୍ରାୟ ବିବାହ ଉତ୍ସବରେ ବରଯାତ୍ରୀ ମଦପିଇ ମାତାଲ ହୋଇ ମାଡ଼ଗୋଡ଼ କରିବାର ମଧ୍ୟ ଅନେକ ଘଟଣା ମାନ ଶୁଣିବା ପାଇଁ ମିଳେ । ଆଉ ଏଇଥିô ପାଇଁ ହିଁ ବିବାହ କାର୍ଡରେ ଏଭଳି ଲେଖିଛନ୍ତି କୃଷକ ଜଣକ । ଯଦି ଏହି ଭଳି କିଛି ଲୋକ ମଦ ପାଇଁ ପଦକ୍ଷେପ ନିଅନ୍ତି, ତେବେ ଏହାକୁ ନିଷେଧ କରିପାରିବ ।