ମହାନଦୀରେ ୪ ମୃତଦେହ ମିଳିବା ଘଟଣାର ଖୋଳତାଡ ଜାରି : ମୃତ ମହିଳାଙ୍କ ବାପା ଓ ଭାଇ ଅଟକ, ଆତ୍ମହତ୍ୟା ନା ହତ୍ୟା ସେନେଇ ପୁଲିସ କରୁଛି ତନାଘନା

37

କନକ ବ୍ୟୁରୋ : ପାରାଦୀପ କୁଜଙ୍ଗ ନିକଟ ମହାନଦୀରୁ ୪ ଜଣଙ୍କ ମୃତଦେହ ମିଳିବା ଘଟଣାରେ ପୋଲିସ ତନାଘନା ଚଲାଇଛି । ମୃତ ମହିଳାଙ୍କ ବାପା ଓ ଭାଇଙ୍କ ଅଟକ ରଖି କୁଜଙ୍ଗ ଥାନା ପୁଲିସ ପଚରାଉଚରା କରୁଛି ।

ମୃତ୍ୟୁର କାରଣ ସଂପର୍କରେ କୌଣସି ସୁରାକ ମିଳିପାରି ନାହିଁ । ମୃତକ ମାନେ ସମସ୍ତେ ଗୋଟିଏ ପରିବାରର । ମାଆ, ଦୁଇ ଝିଅ ଓ ପୁଅ । ଦୁଇ ଝିଅଙ୍କ ବୟସ ୯ ବର୍ଷ ଓ ୬ ବର୍ଷ ହୋଇଥିବା ବେଳେ ପୁଅର ବୟସ ୪ ବର୍ଷ । ପ୍ରାୟ ମାସେ ପୂର୍ବେ ଏକ ଦୁର୍ଘଟଣାରେ ବାପା, ପ୍ରାଣ ହରାଇଥିଲେ । ତେବେ ମୃତକଙ୍କ ଜଣେ ସମ୍ପର୍କୀୟ କହିଛନ୍ତି, ପୂର୍ବରୁ ସେମାନଙ୍କ ପରିବାରର ଜମି ବିବାଦ ଥିଲା । ତେଣୁ ସେମାନଙ୍କୁ ହତ୍ୟା କରାଯାଇଥାଇପାରେ । ସେପଟେ ପୋଲିସ ବିଭିନ୍ନ ଦିଗରୁ ି ତଦନ୍ତ ଆରମ୍ଭ କରିଛି ।