ରାୟଗଡାରେ ଜଳନ୍ତା ଟ୍ରେନ୍ ପରେ ତନାଘନା । ଆଜି କୋଲକାତାରୁ ଆସିବେ ନିରପତ୍ତା କମିଶନର ।

169

କନକ ବ୍ୟୁରୋ : ହାୱଡା ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସରେ ନିଆଁକାଣ୍ଡ ଘଟଣା । ଆଜି ଘଟଣାସ୍ଥଳ ପରିଦର୍ଶନ ପାଇଁ ଆସୁଛନ୍ତି ନିରାପତା କମିଶନରଙ୍କ ଟିମ୍ । କୋଲକାତାରୁ ଏହି ଟିମରେ ଆସୁଛନ୍ତି ନିରାପତା କମିଶନର । ସେ ଘଟଣା ସ୍ଥଳ ପରିଦର୍ଶନ କରି କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ତାର କାରଣ ଖୋଜିବେ । ଗତକାଲି ବିଶାଖାପାଟଣାରୁ ଆସିଥିଲେ ରେଲୱେ ଏଡିଆରଏମ୍ । ସେ ମଧ୍ୟ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି । ଗତକାଲି ଘଟିଥିବା ଏହି ରେଳ ଦୁର୍ଘଟଣାରେ ଦୁଇ ଜଣ ଷ୍ଟେସନ ମାଷ୍ଟରଙ୍କୁ ନିଲମ୍ବିତ କରାଯାଇଛି । କର୍ତ୍ତବ୍ୟରେ ଅବହେଳା ପାଇଁ ସିଙ୍ଗାପୁର ଷ୍ଟେସନର ଜଣେ ଏବଂ କେଉଟପଡା ଷ୍ଟେସନର ଜଣେ ଷ୍ଟେସନ ମାଷ୍ଟରଙ୍କୁ ନିଲମ୍ବନ କରାଯାଇଛି ।

ଗତକାଲି ରାୟଗଡାର ସିଙ୍ଗାପୁର-କେଉଟପଡା ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ସମଲେଶ୍ୱରୀ ଏକ୍ସପ୍ରେସ ସହ ଏକ ମେଂଟେନାନ୍ସ ଟ୍ରେନର ଇଂଜିନ ଧକ୍କା ହେବାରୁ ଟ୍ରେନରେ ନିଆଁ ଲାଗିଯାଇଥିଲା । ଦୁର୍ଘଟଣାରେ ୩ ଜଣ ରେଳ କର୍ମଚାରୀଙ୍କର ମୃତ୍ୟୁ ହୋଇଛି । ଇଂଜିନଟି ଧକ୍କା ଦେବା ପରେ ସମଲେଶ୍ୱରୀ ଏକ୍ସପ୍ରେସର ଇଂଜିନ ଏବଂ ପ୍ରଥମ ବଗି ଲାଇନଚ୍ୟୁତ ହୋଇଥିଲା । ତେବେ ଏକ୍ସପ୍ରେସରୁ ନିଆଁ ଲାଗିଥିବା ଇଂଜିନକୁ ଅଲଗା କରାଯାଇଛି । ଦୁର୍ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ରେଳବାଇ ସୂଚନା ଦେଇଛି । ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ଅଗ୍ନିଶମ କର୍ମଚାରୀ ପହଂଚି ଜଳନ୍ତା ଟ୍ରେନରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ସହ ନିଆଁକୁ ଆୟତ କରିଥିଲେ ।

Comments are closed.