ସରକାରଙ୍କ ଏହି ନୂଆ ସ୍କିମରେ ନିବେଶ କରନ୍ତୁ, ବିବାହ ବୟସରେ ଝିଅଙ୍କୁ ମିଳିବ ୬୪ ଲକ୍ଷ ଟଙ୍କା!

137

ଝିଅଙ୍କ ପାଠପଢ଼ା ଓ ବାହାଘର ଖର୍ଚ୍ଚ ନେଇ ଅଧିକାଂଶ ବାପା ମା ଚିନ୍ତାରେ ରହିଥାନ୍ତି ।ଖାସର ଝିଅର ଭବିଷ୍ୟତ ପାଇଁ ଜନ୍ମ ସମୟରୁ ହିଁ ତତ୍ପର ହୋଇ ଉଠିଥାନ୍ତି ବାପା ମା । ଏଥିପାଇଁ ପ୍ରତିମାସରେ କିଛି କିଛି ଟଙ୍କା ସଞ୍ଚୟ କରି ରଖିଥାନ୍ତି । ଯାହାଫଳରେ ଭବିଷ୍ୟତ ସୁରକ୍ଷିତ ରହିପାରିବ । ତେବେ ଝିଅଙ୍କ ଉଜ୍ଜଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ମୋଦି ସରକାର ମଧ୍ୟ ସୁକନ୍ୟା ସମୃଦ୍ଧି ଯୋଜନା ପ୍ରସ୍ତୁତ କରିଛନ୍ତି ।

ଏହି ଯୋଜନାରେ ଯଦି ନିୟମିତି ଭାବେ ୧୨,୫୦୦ ଟଙ୍କା ଲେଖାଏଁ ପ୍ରତି ମାସରେ ଜମା କରିବେ ତେବେ ଖାତାର ଅବଧି ପୂରଣ ହେବାପରେ ୬୪.୮୦ ଲକ୍ଷ ଟଙ୍କା ମିଳିବ । ଯେକୌଣସି ବ୍ୟକ୍ତି ନିଜର ଦୁଇଜଣ ଝିଅଙ୍କ ପାଇଁ ଏହି ଯୋଜନାରେ ଖାତା ଖୋଲିପାରିବେ । ସବୁଠୁ ବଡ଼ କଥା ହେଲା ଏହି ଯୋଜନାରେ ଅନ୍ୟ ସ୍କିମ ଠାରୁ ଅଧିକ ସୁଧ ମିଳିଥାଏ ।
ଆୟକର ଛାଡ଼ : କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ନିବେଶ କରାଯାଉଥିବା ଟଙ୍କା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ । ଆୟକର ଧାରା ୮୦ସି ଅନୁଯାୟୀ, ଏହି ଯୋଜନାରେ ଜମା କରାଯାଉଥିବା ଟଙ୍କା ଉପର ଆୟକର ରିହାତି ମଧ୍ୟ ମିଳିଥାଏ । ଏହି ଖାତକୁ ସର୍ବାଧିକ ୧୪ ବର୍ଷ ଯାଏଁ ଚଳାଇ ହେବ ।

ଏହି ଯୋଜନା ଅନୁଯାୟୀ, ବର୍ଷକୁ ସର୍ବାଧିକ ୧.୫ ଲକ୍ଷ ଟଙ୍କା ଜମା କରାଯାଇପାରିବ । ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରେ ସୁକନ୍ୟା ଯୋଜନାରେ ଖାତା ଖୋଲିବା ସହ ଜମା ରାଶି ଉପରେ ୮.୩ ପ୍ରତିଶତ ସୁଧ ହାସଲ କରିପାରିବେ । ପ୍ରତି ୬ ମାସରେ ସୁଧ ମିଳିଥାଏ ଯାହାଫଳରେ ଅନ୍ୟ ଜମାରାଶି ଠାରୁ ଏଥିରେ ଅଧିକ ରିଟର୍ଣ୍ଣ ମିଳିଥାଏ ।

୧୪ ବର୍ଷ ପର୍ଯ୍ୟନ୍ତ ୧.୫ ଲକ୍ଷ ଟଙ୍କା ଜମା କଲେ ୧୫ ବର୍ଷ ବେଳକୁ ଏହା ୪୦ ଲକ୍ଷ ଟଙ୍କାରେ ପହଞ୍ଚିଥିବ ।ଏହି ଜମା ରାଶିକୁ ଖାତା ଖୋଲିବାର ୨୧ ବର୍ଷ ଯାଏଁ ଉଠା ନଯାଏ ତେବେ ଯୋଜନାର ଅବଧି ଶେଷ ହେବା ବେଳକୁ ୬୪.୮ ଲକ୍ଷ ଟଙ୍କା ଜମାକାରୀଙ୍କୁ ମିଳିବ ।ଏହାଛଡ଼ା ଆକାଉଣ୍ଟକୁ ଝିଅଙ୍କ ବିବାହ ବୟସ ୧୮ ବର୍ଷରେ ମଧ୍ୟ ବନ୍ଦ କରାଯାଇପାରିବ । ଯଦି ଏପରି କରୁନାହାନ୍ତି ତେବେ ଝିଅକୁ ୨୧ ବର୍ଷ ହେବା ପରେ ଏହି ଯୋଜନାର ଆପଣାଛାଏଁ ଅବଧି ପୂରଣ ହୋଇଯିବ । ସେହିଭଳି ବର୍ଷକୁ ସର୍ବନିମ୍ନ ୧୦୦୦ ଟଙ୍କା ଡିପୋଜିଟ ମଧ୍ୟ କରାଯାଇପାରିବ । ଏବଂ ଜମା ରାଶି ଅନୁଯାୟୀ ସୁଧ ମିଳିବା ସହ ମାଚ୍ୟୁରିଟି ଟଙ୍କା ମଧ୍ୟ ମିଳିବ । ତେବେ ଝିଅ ଜନ୍ମ ହେବାର ୧୦ ବର୍ଷ ମଧ୍ୟରେ ହିଁ ଏହି ଆକାଉଣ୍ଟ ଖୋଲାଯାଇପାରିବ ।