ବିଚାରପତିଙ୍କୁ ପ୍ରଶ୍ନ ! ଖଣି ମାମଲାରେ ସିବିଆଇ ତଦନ୍ତ ନେଇ କାହିଁକି ରାୟ ଦେଇନଥିଲେ ଜଜ୍

2

କନକ ବ୍ୟୁରୋ : ପ୍ରଥମ ଥର ପାଇଁ କନକନ୍ୟୁଜ୍ ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ତଥା ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କୁ ଓଡ଼ିଶାର ସ୍ୱାର୍ଥ ସଂପର୍କୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ପ୍ରଶ୍ନ କରିଛି । ଯାହାକୁ ନେଇ ଓଡ଼ିଶାର ଲୋକଙ୍କ ଭିତରେ ଅନେକଗୁଡ଼ିଏ ପ୍ରଶ୍ନ ଏବେ ବି ଉଙ୍କି ମାରୁଛି । ହଜାର ହଜାର କୋଟି ଟଙ୍କାର ଖଣି ଲୁଟ୍ ମାମଲାରେ ସିବିଆଇ ତଦନ୍ତ ପାଇଁ ୨୦୦୯ରେ ଓଡ଼ିଶା ହାଇକୋର୍ଟରେ ମାମଲା ଦାୟର ହୋଇଥିଲା । ପ୍ରାୟ ୨ ବର୍ଷ ଧରି ଏହି ମାମଲାର ଶୁଣାଣି ଚାଲିଥିଲା । ଏ ସଂପର୍କରେ ସାକ୍ଷ୍ୟପ୍ରମାଣ ହାଇକୋର୍ଟରେ ଉପସ୍ଥାପିତ ହୋଇଥିଲା ।

vlcsnap-2017-09-06-21h03m14s747ପ୍ରଶ୍ନ ଥିଲା- ଖଣି ଦୁର୍ନୀତି ମାମଲାର ସିବିଆଇ ତଦନ୍ତ ହେବ କି ନାହିଁ? ସେତେବେଳେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାର ପତି ତଥା ଏହି ଘଟଣାକୁ ବିଚାର କରୁଥିବା ଜଷ୍ଟିସ୍ ଭି. ଗୋପାଳ ଗୌଡ଼ା ଏହି ମାମଲାରେ କୌଣସି ରାୟ ଦେଇନଥିଲେ । ପରେ ପରେ ଜଷ୍ଟିସ୍ ଗୌଡ଼ା ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । କିନ୍ତୁ ବର୍ଷ ବର୍ଷ ଧରି ଶୁଣାଣି ହୋଇଥିବା ଏହି ମାମଲାର କାହିଁକି ମିଳିନଥିଲା ରାୟ? ଏହି ପ୍ରଶ୍ନର ଉତ୍ତର ଆଜି ପର୍ଯ୍ୟନ୍ତ ମିଳିନାହିଁ । କନକନ୍ୟୁଜ୍ ଆଜି ଜଷ୍ଟିସ୍ ଗୌଡ଼ାଙ୍କୁ ଏହି ପ୍ରଶ୍ନ ପଚାରିଥିଲା । ଆଉ ଏହାର ଉତ୍ତର ଆମେ ଆପଣଙ୍କ ପାଖରେ ରଖିବାକୁ ଚାହିଁବୁ । ଜନସ୍ୱାର୍ଥ ସମ୍ବଳିତ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଜଷ୍ଟିସ୍ ଗୌଡ଼ା ସାକ୍ଷାତକାରର ଶେଷ ଭାଗରେ ବିରକ୍ତି ପ୍ରକାଶ କରିଥିଲେ ଏବଂ ସାକ୍ଷାତକାରଟି ଅଧାରେ ଶେଷ ହୋଇଥିଲା ।

vlcsnap-2017-09-06-21h03m24s995ତେବେ କେଉଁ ପ୍ରଶ୍ନ ଜଷ୍ଟିସ୍ ଗୌଡ଼ଙ୍କୁ ଉତକ୍ଷିପ୍ତ କରିଥିଲା । କାହିଁକି ବିରକ୍ତି ପ୍ରକାଶ କରିଥିଲେ ଜଷ୍ଟିସ୍ ଭି.ଗୋପାଳ ଗୌଡ଼ । ମହାନଦୀ ପ୍ରସଙ୍ଗରୁ ଯେତେବେଳେ ସାକ୍ଷାତକାର ଖଣି ଦୁର୍ନୀତିର ରାୟ ସଂପର୍କରେ ପ୍ରଶ୍ନ ଆସିଥିଲା, ସେ ପ୍ରଥମେ କିଛି ପ୍ରଶ୍ନର ଉତ୍ତର ରଖିଥିଲେ । ହେଲେ ମାମଲାରେ କାହିଁକି ବିଳମ୍ବ ହେଲା ଏବଂ ରାୟ କାହିଁକି ଦିଆଯାଇପାରିଲାନି ସେ ସଂପର୍କରେ ପ୍ରଶ୍ନ ହେବାରୁ ବିରକ୍ତି ଭାବ ପ୍ରକାଶ କରିଥିଲେ ଜଷ୍ଟିସ ଗୋପାଳ ଗୌଡ଼ । ଏଭଳିକି ଆପଣ ଏମିତି ପ୍ରଶ୍ନ ପଚାରି ପାରିବେ ନାହିଁ ବୋଲି କହିଥିଲେ । ଆଉ ଅଧାରୁ ସାକ୍ଷାତକାର ଛାଡ଼ି ଚାଲିଯାଇଥିଲେ ।

Comments are closed.