ଯଦି କରିବେନି ଏହି ଗୋଟିଏ କାମ, ତେବେ ଡିସେମ୍ବର ୧ରୁ ବନ୍ଦ ହୋଇଯିବ ଏସବିଆଇ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ

28

ଦେଶର ସବୁଠାରୁ ବଡ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଏକ ମୁଖ୍ୟ ଖବର ଆସିଛି । ୧ ଡିିସେମ୍ବର ପରେ ଆପଣଙ୍କ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ବନ୍ଦ ହୋଇପାରେ । ନିଜେ ଏସବିଆଇ ଏହାର ସୂଚନା ଦେଇଛି । ଏସବିଆଇ ନିଜ ଅଫିସିଆଲ ୱେବସାଇଟ୍ onlinesbi.com ରେ ଏହାର ସୂଚନା ଦିଆଯାଇଛି । ଏହି ସୂଚନା ମୁତାବକ, ଯଦି ଆପଣ ଏବେ ଏସବିଆଇ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗର ବ୍ୟବହାର କରନ୍ତି । କିନ୍ତୁ ଆପଣ ଏପର୍ଯ୍ୟନ୍ତ ମୋବାଇଲ ନମ୍ବର ବ୍ୟାଙ୍କ ସହିତ ରେଜିଷ୍ଟର କରିନାହାଁନ୍ତି, ତେବେ ୧ ଡିସେମ୍ବର ପର୍ଯ୍ୟନ୍ତ କରିନିଅନ୍ତୁ ।

ବ୍ୟାଙ୍କର କହିବାନୁସାରେ, ଯଦି ଆପଣ ୧ ଡିସେମ୍ବର, ୨୦୧୮ ପର୍ଯ୍ୟନ୍ତ ଏହି କାମ ସମ୍ପୁର୍ଣ୍ଣ ନକରନ୍ତି, ତେବେ ଆପଣଙ୍କ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ବ୍ଲକ୍ ହୋଇଯିବ । ଏସବିଆଇ କହିଛି କି, ଆପଣ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ଜରିଆରେ ନେଣ-ଦେଣ କରିପାରିବେନି ।

କେମିତି ଅପଡେଟ୍ କରିବେ? : ମୋବାଇଲ ନମ୍ବର ଅପଡେଟ୍ କରିବାକୁ ହେଲେ ଏସବିଆଇ ବ୍ରାଂଚକୁ ଯିବାକୁ ପଡିବ । ଏଠି ଆପଣ ଆପଣଙ୍କ ମୋବାଇଲ ନମ୍ବର ଅତି ଶୀଘ୍ର ରେଜିଷ୍ଟର କରିନିଅନ୍ତୁ । ଯେମିତିକି ଆପଣଙ୍କୁ କୈାଣସି ସୁବିଧାରୁ ବଂଚିତ ରହିବାକୁ ନପଡେ ।

କାହିଁକି ଜରୁରୀ ? : ଏହା ଏଥିପାଇଁ ଜରୁରୀ କାହିଁକିନା ଆପଣଙ୍କୁ ପ୍ରତି ନେଣ-ଦେଣ ପ୍ରକ୍ରିୟାର ସୂଚନା ମିଳୁଥାଉ । ଏହା ଦ୍ୱାରା ସାମ୍ଭାବ୍ୟ ଠକେଇରୁ ବଂଚିବାରେ ସହାୟତା ମିଳିବ । ଏହା କେବଳ ଜରୁରୀ ନୁହଁ, ଆପଣଙ୍କ ପାଇଁ ଲାଭଦାୟକ ମଧ୍ୟ । ଅତିଶୀଘ୍ର ବ୍ୟାଙ୍କ ଆକାଉଣ୍ଟ ରେ ମୋବାଇଲ ନମ୍ବର ଲିଙ୍କ କରି ଦିଅନ୍ତୁ ।