ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ କଳାକୃତି

61

କନକ ବ୍ୟୁରୋ : ୨୧ ଜୁନରେ ପାଳିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ଯୋଗ ଦିବସ । ଏଥିନେଇ ଚାରିଆଡେ ଚାଲିଛି ଜୋରସୋରରେ ପ୍ରସ୍ତୁତ । ସୋସିଆଲ ମିଡିଆ ସହ ବିଭିନ୍ନ ଗଣମାଧ୍ୟମରେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ।

ଏହି ଅବସରରେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ନିଜର କଳାକୃତିରେ ସ୍ଥାନୀତ କରିଛନ୍ତି ଏହି ଯୋଗକୁ । ଆଉ ଲୋକଙ୍କୁ ଏଥିନେଇ କରିଛନ୍ତି ସଚେତନ । ୧୫ଫୁଟ୍ ଲମ୍ବର ଏକ ବାଲୁକା ଚିତ୍ର ନିର୍ମାଣ କରିଛନ୍ତି । ଯାହା ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ।